ଝାରସୁଗୁଡାରେ କୋଲ ବିଅରିଂ ଟ୍ରିବ୍ୟୁନାଲ ଗଠନ ନେଇ ଆଶା ସଞ୍ଚାର, ସାଂସଦ ସୁରେଶ ପୂଜାରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

Published By : Prameya-News7 Bureau | November 13, 2020 IST

ଝାରସୁଗୁଡା ୧୩।୧୧: ଦୀର୍ଘ ଦଶନ୍ଧି ଧରି ଝାରସୁଗୁଡା ଜିଲ୍ଲା କୋଇଲା ଖଣି ବିସ୍ଥାପିତଙ୍କ ମାମଲା ବିଚାର ପାଇଁ ଖୁବ ଶୀଘ୍ର ଝାରସୁଗୁଡାରେ କୋଲ ବିଅରିଂ ଟ୍ରିବ୍ୟୁନାଲ ଗଠନ ହେବା ନେଇ ଆଶା ସଞ୍ଚାର ହୋଇଛି। ଗତକାଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବରଗଡ ସାଂସଦ ସୁରେଶ ପୁଜାରୀଙ୍କୁ ପତ୍ର ଲେଖି ଏଭଳି ସୂଚନା ଦେଇଛନ୍ତି।

ବର୍ତ୍ତମାନ ଓଡିଶାରେ ଦୁଇଟି କୋଲ ବିଅରିଂ ଟ୍ରିବ୍ୟୁନାଲ ରହିଛି। ହେଲେ ଝାରସୁଗୁଡା ଓ ସୁନ୍ଦରଗଡ କୋଇଲା ଖଣି ଅଞ୍ଚଳର ମାମଲା ବିଚାର ପାଇଁ ବିସ୍ଥାପିତ କିମ୍ବା କ୍ଷତିଗ୍ରସ୍ତଙ୍କୁକ ଢେଙ୍କାନାଳରେ ଓ ଅନୁଗୁଳ କୋଇଲା ଖଣି ଅଞ୍ଚଳର ବିସ୍ଥାପିତଙ୍କ ସକାଶେ ତାଳଚେର ଠାରେ ଥିବା ଟ୍ରିବ୍ୟୁନାଲକୁ ଯିବାକୁ ପଡୁଛି। ଖୁବଶୀଘ୍ର ଢେଙ୍କାନାଳର ଟ୍ରିବ୍ୟୁନାଲକୁ ତାଳଚେର ସହ ମିଶାଇ ଝାରସୁଗୁଡାରେ ଅନ୍ୟ ଏକ ଟ୍ରିବ୍ୟୁନାଲ କୋର୍ଟ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ସରକାର କହିଛନ୍ତି।

{"id":361194,"sizeSlug":"large"}

କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏମସିଏଲକୁ ଏଥିପାଇଁ ଆନୁଷ୍ଠାନିକ ପ୍ରସ୍ତାବ ପଠାଇବକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସାଂସଦ ସୁରେଶ ପୁଜାରୀ ଏହି ସୂଚନା ଦେଇଛନ୍ତି। ଝାରସୁଗୁଡା ଜିଲ୍ଲାରେ କୋଇଲା ଖଣି, ବିସ୍ଥାପିତ ହେବେ ଏହି ଜିଲ୍ଲାର ଲୋକେ,ଜମି ହରାଇବେ ଏମାନେ ,କିନ୍ତୁ ଜମିଜମା ସଂକ୍ରାନ୍ତୀୟ ସମସ୍ତ ମାମଲା ଲଢିବାକୁ ଯିବେ ଢେଙ୍କାନାଳ। ଏଭଳି କଣ ପାଇଁ ବୋଲି ପାର୍ଲିଆମେଣ୍ଟରେ ଗତ ସେପ୍ଟେମ୍ବର ମାସରେ  ବରଗଡର ବିଜେପି ସାଂସଦ ସୁରେଶ ପୁଜାରୀ ପ୍ରଶ୍ନ କରି ଯୁକ୍ତି ଉପସ୍ଥାପନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.