ଭୁଷୁଡିଲା କୋଚିଂ ସେଣ୍ଟର ଛାତ : ୧୧ଆହତ, ୩ ଜଣଙ୍କ ପତ୍ତାମିଳୁନି

Published By : Prameya-News7 Bureau | January 25, 2020 IST

ନୂଆଦିଲ୍ଲୀ ୨୫।୦୧:  ଦେଶର ରାଜଧାନୀ ଦିଲ୍ଲୀରେ ଏକ ବଡ ଧରଣର ଅଘଟଣ ଘଟିଛି । ଦିଲ୍ଲୀରେ ଥିବା ଏକ କୋଚିଙ୍ଗ ସେଣ୍ଟରରେ ଅଚାନକ ଭାବେ ଛାତ ଭୁଷୁଡିଛି । କୋଚିଙ୍ଗ ଛାତ ଭୁଷୁଡିବା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଘେଳିଯାଇଛି । ତେବେ ଛାତ ଭୁଷୁଡିବା ଦ୍ବାରା ୧୧ଜଣ ଛାତ୍ର ଆହତ ହୋଇଛନ୍ତି । ତେବେ ଆହତ ଥିବା ଛାତ୍ରମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛି ।

wp:core-embed/twitter {"url":"https://twitter.com/ANI/status/1221048165899501569","type":"rich","providerNameSlug":"twitter","className":""}
https://twitter.com/ANI/status/1221048165899501569
/wp:core-embed/twitter

ସୂଚନାଯୋଗ୍ୟ ଯେ, କୋଚିଙ୍ଗ ସେଣ୍ଟରରେ କୋଚିଙ୍ଗ ଚାଲୁଥିବା ବେଲେ ହଠାତ୍ ଘରର ଛାତ ଭୁଷୁଡି ପଡିଥିଲା । ଛାତ ଭୁଷୁଡି ଦ୍ବାରା ସେଠାରେ ଉପସ୍ଥିତ ଥିବା ୧୧ଜଣ ଛାତ୍ର ଆହତ ହୋଇଥିବା ବେଳେ ୩ଜଣ ଛାତ୍ର ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.