Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଲମ୍ବା ବାଳ ରଖିପାରିବେ ନାହିଁ କ୍ରିକେଟର, ସୋସିଆଲ୍‌ ମିଡିଆ ଉପରେ ବି ରୋକ, ଏହି ଭାଷା ଶିଖିବାକୁ କୋଚ୍‌ଙ୍କ ନିର୍ଦ୍ଦେଶ

26/07/2021 at 10:08 PM

କୋଲକାତା ୨୬/୭: ପଶ୍ଚିମବଙ୍ଗ ଟିମ୍‌ର ପୂର୍ବତନ ଅଧିନାୟକ ଲକ୍ଷ୍ମୀ ରତନ ଶୁକ୍ଲା ସୋମବାର ଫିଟନେସ୍‌ ଶିବିର ସହ ଅଣ୍ଡର-୨୩ର କୋଚ୍‌ ଭାବେ ନିଜର ପାଳି ଆରମ୍ଭ କରିଛନ୍ତି।  ନୂଆ ଦାୟିତ୍ବ ଗ୍ରହଣ କରିବା ସହ ଖେଳାଳିଙ୍କ ପାଇଁ କଡ଼ା ନିୟମ ଲାଗୁ କରିଛନ୍ତି। ଏହି ନୂଆ ନିୟମରେ ମୁଣ୍ଡରେ ଲମ୍ବା ବାଳ ଏବଂ ସୋସିଆଲ ମିଡିଆରୁ ଦୂରେଇ ରହିବା ମଧ୍ୟ ସାମିଲ ରହିଛି।

ବେଙ୍ଗଲ ପାଇଁ ଘରୋଇ କ୍ରିକେଟରେ ବରିଷ୍ଠ ଖେଳାଳି ଥିବା ଶୁକ୍ଲା ୨୦୧୬ରେ ଟିଏମସିରେ ସାମିଲ ହୋଇଥିଲେ। ସେ ଜାନୁଆରୀ ପର୍ଯ୍ୟନ୍ତ ଖେଳ ମନ୍ତ୍ରୀ ମଧ୍ୟ ଥିଲେ। ଲକ୍ଷ୍ମୀ ରତନ ଶୁକ୍ଲାଙ୍କୁ ପରେ ହାଓ୍ବଡା ଜିଲାଧ୍ୟକ୍ଷ କରାଯାଇଥିଲା। କିନ୍ତୁ ସେ ଗତ ବିଧାନସଭା ନିର୍ବାଚନ ପୂର୍ବରୁ କ୍ରିକେଟ ଉପରେ ଧ୍ୟାନ ଦେବାକୁ ପଦ ସହିତ ରାଜନୀତି ଚାଡ଼ିଥିଲେ। ସେ ବେଙ୍ଗଲର ଅଣ୍ଡର-୨୩ ଟିମ୍‌ର କୋଚ୍‌ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି।

୪୦ ବର୍ଷୀୟ ଏହି ପୂର୍ବତନ କ୍ରିକେଟର ଦାୟିତ୍ବ ନେବା ପରେ କହିଛନ୍ତି, ‘ମୁଁ ପିଲାମାନଙ୍କୁ କହିଛି ସୋସିଆଲ ମିଡିଆରେ କିଛି ପୋଷ୍ଟ କରିବ ନାହିଁ। ସେମାନଙ୍କୁ ଶିଷ୍ଟାଚାର ଏବଂ ଅନୁଶାସନରେ ରହିବାକୁ ହେବ।’ ଫିଟନେସ୍‌ ଶିବିର ୪ ଘଣ୍ଟାରୁ ଅଧିକ ସମୟ ଚାଲିଥିଲା। ଏଥିରେ ୬୦ ଜଣ କ୍ରିକେଟର ସାମିଲ ହୋଇଥିଲେ।

ଲକ୍ଷ୍ମୀ ରତନ କହିଛନ୍ତି, ‘ଲମ୍ବା ବାଳ ରଖିଥିବା କ୍ରିକେଟରଙ୍କୁ ତୁରନ୍ତ ବାଳ କାଟିବାକୁ ହେବ। ତୃତୀୟରେ ଟିମ୍‌ରେ ଭଲ ବଣ୍ଡିଂ ପାଇଁ ସମସ୍ତ ଖେଳାଳିଙ୍କୁ ବଙ୍ଗଳା ଭାଷା ଶିଖିବାକୁ ପଡ଼ିବ।’ ଏହା ସହ ସେ ଆହୁରି କହିଛନ୍ତି, ମୁଁ ଜଣେ କୋଚ୍‌ ନୁହେଁ ବରଂ ଗାଇଡ୍‌, ସହାୟକ। ଖେଳାଳିଙ୍କ ସହାୟତା ପାଇଁ ଆସିଛି। ବେଙ୍ଗଲର ଜଣେ କ୍ରିକେଟର ଭାବରେ ମୁଁ ରାଜ୍ୟ ଖେଳାଳିଙ୍କୁ ଜାତୀୟ ଟିମ୍‌ରେ ଦେଖିବାକୁ ଚାହୁଁଛି ।

   Related Posts