Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ମ୍ୟାଚ୍ ପରେ ପଡିଆ କର୍ମଚାରୀଙ୍କୁ ୩୫ ହଜାର ଟଙ୍କା ଦେଲେ ଦ୍ରାବିଡ, ଜାଣନ୍ତୁ କାରଣ

29/11/2021 at 10:10 PM

କାନପୁର ୨୯।୧୧: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ପିଚ୍‌କୁ ନେଇ ସନ୍ତୁଷ୍ଟ  ଭାରତର ନବ ନିଯୁକ୍ତ କୋଚ୍ ରାହୁଲ ଦ୍ରାବିଡ। ଏହି ମ୍ୟାଚ୍ ରୋମାଞ୍ଚକର ଭାବେ ଡ୍ରରେ ଶେଷ ହୋଇଛି। ଭାରତ ଦ୍ଵାରା ଧାର୍ଯ୍ୟ ୨୮୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶେଷ ଦିନରେ ନ୍ୟୁଜିଲାଣ୍ଡ ୯ ଓ୍ଵିକେଟ୍ ହରାଇ ୧୬୫ ରନ କରିଥିଲା। ଖରାପ ଆଲୋକ ଯୋଗୁଁ ମ୍ୟାଚ୍ ଡ୍ର ଘୋଷଣା ହୋଇଥିଲା। ଏହା ପରେ କୋଚ୍ ଦ୍ରାବିଡ ଗ୍ରୀନ ପାର୍କ ଷ୍ଟାଡିୟମର ପଡିଆ କର୍ମଚାରୀଙ୍କୁ ୩୫ ହଜାର ଟଙ୍କା ଦେଇଛନ୍ତି।

ଗ୍ରୀନ ପାର୍କ ଷ୍ଟାଡିୟମର ପଡିଆ କର୍ମଚାରୀଙ୍କ ଟିମ୍‌କୁ ଶିବ କୁମାର ନେତୃତ୍ଵ ନେଉଥିଲେ। ଦ୍ରାବିଡ ସ୍ପୋର୍ଟିଂ ପିଚ୍ ଅର୍ଥାତ ସନ୍ତୁଳିତ ପିଚ୍ କରିଥିବା ନେଇ ଶିବଙ୍କୁ ୩୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଉତ୍ତର ପ୍ରଦେଶ କ୍ରିକେଟ୍ ଆସୋସିଏସନ(ୟୁପିସିଏ) ମ୍ୟାଚ୍ ପରେ ଖୋଦ୍ ଏହାର ସୂଚନା ଦେଇଛନ୍ତି। ଏହି ପିଚ୍‌ ଉପରେ ଦ୍ରୁତ ବୋଲର ୧୬ ଓ୍ଵିକେଟ୍ ନେଇଥିବା ବେଳେ ସ୍ପିନର୍ସଙ୍କୁ ମଧ୍ୟ ୨୦ ଓ୍ଵିକେଟ୍ ମିଳିଛି।

ଦୁଇ ଦଳ ପାଇଁ ବ୍ୟାଟିଂ ବଡ ଆହ୍ଵାନପୂର୍ଣ୍ଣ ଥିଲା। ମ୍ୟାଚ୍ ଶେଷ ବଲ୍ ପର୍ଯ୍ୟନ୍ତ ଯାଇଥିଲା। ଦ୍ରାବିଡ ନିଜ ସମୟରେ ଜଣେ ନିରପେକ୍ଷ ଖେଳାଳି  ଭାବେ ପରିଚିତ। ଦ୍ରାବିଡ ପଡିଆ କର୍ମଚାରୀଙ୍କ ପ୍ରଶଂସା ଏଥିପାଇଁ କରିଛନ୍ତି କାରଣ ବର୍ତ୍ତମାନ ସମୟରେ ଅନେକ  ବିଦେଶୀ ଦଳ ନିଜ ଫାଇଦା ପାଇଁ ନିଜ ଅନୁସାରେ ପିଚ୍ ପ୍ରସ୍ତୁତ କରିଥାନ୍ତି ଏବଂ ଟେଷ୍ଟ ତିନି ଦିନରେ ଶେଷ ହୋଇ ଯାଉଛି।

ପିଚ୍ ପାଞ୍ଚ ଦିନ ସମାନ ବ୍ୟବହାର କଲା

କାନପୁର ପିଚ୍ ବହୁତ ଭଲ ଥିଲା। ଗୋଟିଏ ଭଲ ଦଳକୁ ଦୁନିଆର ଭିନ୍ନ ଭିନ୍ନ ଅଞ୍ଚଳରେ ଅଲଗା ଅଲଗା ପିଚ୍‌ରେ ଖେଳିବାକୁ ପଡିଥାଏ। ଅଷ୍ଟ୍ରେଲିଆରେ ବାଉନ୍ସ ମିଳିଥାଏ ତ ଇଂଲଣ୍ଡରେ ସ୍ଵିଙ୍ଗ୍। ଭାରତରେ ସ୍ପିନ୍ ଏବଂ  ଲୋ ବାଉନ୍ସ ବ୍ୟାଟସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇଥାଏ। କିନ୍ତୁ କାନପୁର ଟେଷ୍ଟର ପିଚ୍ ପାଞ୍ଚ ଦିନ ସମାନ ବ୍ୟବହାର କରିଥିଲା। ଦୁଇ ଦଳ ପାଖରେ ଜିତିବାର ସୁଯୋଗ ରହିଥିଲା।

   Related Posts