ଭୋପାଳ ୧/୯: ମଧ୍ୟ ପ୍ରଦେଶର ଭୋପାଳରେ କରାଟେର ଜାତୀୟ ସ୍ତରର ଖେଳାଳିଙ୍କ ସହ ଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ସହ କୋଚ୍ ଫୁଜୈଲ ଅଲ୍ଲୀ ଦୁଷ୍କର୍ମ କରିଛି। ପୀଡ଼ିତାଙ୍କ ଅଭିଯୋଗରେ ଭୋପାଳର କମଳା ନଗର ଥାନାରେ ମାମଲା ରୁଜୁ କରାଯାଇ କୋଚକୁ ପୋଲିସ୍ ହେପାଜତରେ ନିଆଯାଇଛି। ପୀଡ଼ିତାଜଣକ ଜଣେ କରାଟେର ଜାତୀୟ ସ୍ତରର ଖେଳାଳି। ସେ ଚାମ୍ପିଅନଶିପ୍ ପାଇଁ କିଛି ମାସ ତଳେ ନେପାଳ ଯାଇଥିଲେ। ସେଠାରେ ତାଙ୍କର ସାକ୍ଷାତ ଭୋପାଳର ଅଶୋକା ଗାର୍ଡ଼େନ ବାସିନ୍ଦା ଫୁଜୈଲ ଅଲ୍ଲୀଙ୍କ ସହ ହୋଇଥିଲା। ପୀଡ଼ିତାଙ୍କ କହିବାନୁସାରେ ଫୁଜୈଲ ସେଠାକୁ କରାଟେ କୋଚ୍ ଭାବରେ ଯାଇଥିଲା।
ପୀଡ଼ିତା କହିଥିଲେ ଯେ ନେପାଳରୁ ଫେରିବା ପରେ ଉଭୟଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ଆରମ୍ଭ ହୋଇଯାଇଥିଲା। ତା’ପରଠୁ ସେମାନଙ୍କର ଦେଖାସାକ୍ଷାତ ମଧ୍ୟ ଆରମ୍ଭ ହୋଇଯାଇଥିଲା ଏବଂ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ପୀଡ଼ିତା ମଧ୍ୟ କହିଥିଲେ ଯେ ଫୁଜୈଲ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୃତି ଦେଇଥିଲା ଏବଂ ତା ସହ ବୁଲିବାକୁ ଯିବାକୁ କହିଥିଲା। ଜୁନ୍ ୭ତାରିଖରେ ପୀଡ଼ିତା ଅଭିଯୁକ୍ତକୁ ଦେଖା କରିବାକୁ ରେଲଓ୍ବେ ଷ୍ଟେସନ ପହଞ୍ଚିଥିଲା। ଫୁଜୈଲ ତାଙ୍କୁ ଭୋପାଳର ନିୟୁ ମାର୍କେଟ ଅଞ୍ଚଳରେ ହୋଇଥିବା ଏକ ଫ୍ଲାଟକୁ ନେଇ ଯାଇଥିଲା ଏବଂ ତାଙ୍କୁ ଦୁଷ୍କର୍ମ କରିଥିଲା। ପୀଡ଼ିତା ବିରୋଧ କରିବାରୁ ସେ ତାକୁ ବିବାହ କରିବ ବୋଲି କହି ଚୁପ୍ କରାଇଥିଲା।
ଏହା ପରେ ଅନେକ ଥର ଫୁଜୈଲ ତାଙ୍କୁ ନିଜ ଫ୍ଲାଟକୁ ନେଇ ଯାଇ ଶାରିରୀକ ସମ୍ପର୍କ ରଖୁଥିଲା। ଅଗଷ୍ଟ ୨୬ତାରିଖରେ ଯେତେବେଳେ ପୀଡ଼ିତା ତାକୁ ବିବାହ କଥା କହିଥିଲେ ସେତେବେଳେ ସେ ତାଙ୍କୁ ବିବାହ କରିବାକୁ ଚାହୁଁନାହିଁ ବୋଲି କହିଥିଲା। ପୀଡ଼ିତା ଆହୁରି ମଧ୍ୟ କହିଛନ୍ତି ଯେ ଫୁଜୈଲ ତାଙ୍କ ଘର ଲୋକଙ୍କୁ ମାରିବାକୁ ଧମକ ମଧ୍ୟ ଦେଇଛି। ଏହା ପରେ ପୀଡ଼ିତା ଜାହାଙ୍ଗୀରାବାଦ ଥାନାକୁ ମାଆ ବାପାଙ୍କ ସହ ଯାଇ ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି। ପୋଲିସ୍ ଏମାମଲାକୁ ନେଇ ତଦନ୍ତ ଆରମ୍ଭ କରିଥିଲା। ପୋଲିସ୍ ତାଇକ୍ବାଣ୍ଡୋ କୋଚକୁ ଗିରଫ କରିବାରେ ସଫଳ ହୋଇଥିଲା।