ମହିଳା ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା : ବନ୍ଧାହେଲେ ସହକର୍ମୀ ଯନ୍ତ୍ରୀ

Published By : Prameya-News7 Bureau | July 04, 2021 IST

ଭଞ୍ଜନଗର ୪।୭: ଗତ ମାସ ୨୪ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଲଣ୍ଡେଇ ସାହି ୟୁନିଟ୍-୩ରେ ବନ୍ଦ ଘରୁ ଜଣେ ମହିଳା ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଯୁବତୀ ଜେ.ଅନୀତା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ବୟସ ୩୪ ବର୍ଷ । ଅଚାନକ ତାଙ୍କର ଏଭଳି ମୃତଦେହ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲା ।

କିନ୍ତୁ ବର୍ତ୍ତମାନ ତାଙ୍କ ମୃତ୍ୟୁର ଗୁମର ଧିରେ ଧିରେ ଫିଟିବାରେ ଲାଗିଛି । ପ୍ରବଳ ମାନସିକ ଚାପ ନେଇ ସେ ଆତ୍ମହତ୍ୟା କରିଥିବା ବେଳେ ଏହା ପଛରେ ତାଙ୍କ କାର୍ଯ୍ୟାଳୟର ଜଣେ ପୁରୁଷ ସହକର୍ମୀ ଯନ୍ତ୍ରୀ ରହିଥିବା ପରିବାର ଲୋକ ପ୍ରମାଣ ପାଇଥିଲେ । ଯାହାକୁ ନେଇ ମୃତ ଅନୀତାଙ୍କ ଭଉଣୀ ଜେ.ଆରତୀ ସଂପୃକ୍ତ ପୁରୁଷ ସହକର୍ମୀ ଯନ୍ତ୍ରୀଙ୍କ ନାମରେ ଭଞ୍ଜନଗର ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ ତଥ୍ୟ ପ୍ରମାଣ ସଂଗ୍ରହ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ଉକ୍ତ ସହକର୍ମୀ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.