କରୋନା ଭ୍ୟାକସିନ୍ ପାଇଁ କୋ-ୱିନ୍ ଆପ୍‌ରେ କରିବାକୁ ହେବ ପଞ୍ଜିକରଣ: ଜାଣନ୍ତୁ ପୁରା ପ୍ରକ୍ରିୟା

Published By : Prameya-News7 Bureau | January 03, 2021 IST

ନୂଆଦିଲ୍ଲୀ ୦୩/୦୧ : ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଶନିବାର ଦିନ କରୋନା ଭ୍ୟାକସିନର ଡ୍ରାଏ ରନ ଆରମ୍ଭ ହୋଇଯାଇଛି। ଇତି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ ଭ୍ୟାକସିନ ବିତରଣ, ତଥ୍ୟ ସଂଗ୍ରହ ଏବଂ ଭ୍ୟାକସିନ ପାଇଁ ଲୋକଙ୍କ ପଞ୍ଜିକରଣ ପାଇଁ କୋ-ୱିନ୍ ଆପ ତିଆରି କରିଛନ୍ତି। ଦେଶର ନାଗରିକ ଯେଉଁମାନେ ସ୍ୱାସ୍ଥ୍ୟକର୍ମୀ ନୁହନ୍ତି ସେମାନେ ଭ୍ୟାକସିନ ପାଇଁ CoWIN ଆପରେ ଭ୍ୟାକସିନ ପାଇଁ ସେଲ୍ଫ ରେଜିଷ୍ଟର କରିପାରିବେ। ଏଥିପାଇଁ ଲୋକେ ଏହି ଆପ ଗୁଗଲ୍ ପ୍ଲେଷ୍ଟୋର କିମ୍ବା ଆପଲ ଷ୍ଟୋରରୁ ଡାଉନଲୋଡ଼ କରିପାରିବେ। ଟୀକାକରଣ ଉପଯୋଗ ପାଇଁ ଏହି ଆପ ଲଞ୍ଚ କରାଯିବା ପରେ ଯେଉଁମାନେ ଆପରେ ପ୍ରଥମେ ପଞ୍ଜିକୃତ କରିଥିବେ ସେମାନଙ୍କୁ ଶୀଘ୍ର ଭ୍ୟାକସିନ୍ ମିଳିବ।

କୋ-ୱିନ୍ Co-WIN (COVID-19 Vaccine Intelligence Network), eVIN (Electronic Vaccine Intelligence Network) ର ଅପଗ୍ରେଡ୍ ଭର୍ସନ୍। ଏହି ଆପ୍ ପ୍ଲେଷ୍ଟୋରରେ ଫ୍ରିରେ ଉପଲବ୍ଧ।

{"id":386217,"sizeSlug":"large","linkDestination":"none"}

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି ଯେ ସରକାର ୩ଟି ପର୍ଯ୍ୟାୟରେ ଟୀକାକରଣ କରାଇବେ। ପ୍ରଥମ ପର୍ଯ୍ୟାୟରେ ସମସ୍ତ ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟକର୍ମୀ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜରୁରୀକାଳୀନ ସେବା ସହ ଜଡିତ ଲୋକଙ୍କୁ ଭ୍ୟାକସିନ ଦିଆଯିବ। ରାଜ୍ୟ ସରକାର ଏମାନଙ୍କ ତଥ୍ୟ ସଂଗ୍ରହ କରିବାରେ ଲାଗିଛନ୍ତି। ଏହାପରେ ତୃତୀୟ ପର୍ଯ୍ୟାୟରେ ଯେଉଁମାନେ ଗମ୍ଭୀର ରୋଗରେ ପୀଡିତ ସେମାନଙ୍କୁ ଭ୍ୟାକସିନ ଦିଆଯିବ। କୋ-ୱିନ୍ ଆପ ଜରିଆରେ ଏକ ସେଲ୍ଫ ରେଜିଷ୍ଟ୍ରେସନ ପ୍ରୋସେସ ଆବଶ୍ୟକ ହେବ।

ଭ୍ୟାକସିନକୁ ସହଜରେ ଟ୍ରେକିଙ୍ଗ ଏବଂ ରେଜିଷ୍ଟ୍ରେସନ ସୁନିଶ୍ଚିତ କରିବାକୁ କୋ-ୱିନ୍ ଆପକୁ ୫ଟି ମୋଡ୍ୟୁଲରେ ବିଭକ୍ତ କରାଯାଇଛି। ପ୍ରଥମ, ପ୍ରଶାସନିକ ମୋଡ୍ୟୁଲ୍, ଦ୍ୱିତୀୟରେ ରେଜିଷ୍ଟ୍ରେସନ୍ ମୋଡ୍ୟୁଲ୍, ତୃତୀୟରେ ଭ୍ୟାକସିନେସନ୍ ମୋଡ୍ୟୁଲ୍, ଚତୁର୍ଥରେ ଲାଭାନ୍ବିତ ସ୍ୱୀକୃତି ମୋଡ୍ୟୁଲ୍ ଏବଂ ଶେଷରେ ରିପୋର୍ଟ ମୋଡ୍ୟୁଲ୍। ଯେଉଁମାନେ ଟୀକାକରଣ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ପଞ୍ଜିକୃତ ମୋଡ୍ୟୁଲରେ ନିଜର ବିବରଣୀ ଦେବାକୁ ହେବ। ଭ୍ୟାକସିନେସନ ମୋଡ୍ୟୁଲରେ ସେମାନଙ୍କ ବିବରଣୀକୁ ଯାଞ୍ଚ କରାଯିବା। ଲାଭାନ୍ବିତ ସ୍ୱୀକୃତି ମୋଡ୍ୟୁଲରେ ଟୀକାକରଣ ସମ୍ବନ୍ଧୀୟ ଏକ ସାର୍ଟିଫିକେଟ ପଠାଯିବ।

wp:embed {"url":"https://twitter.com/drharshvardhan/status/1345550431431266304","type":"rich","providerNameSlug":"twitter","responsive":true,"className":""}
https://twitter.com/drharshvardhan/status/1345550431431266304
/wp:embed

ଭ୍ୟାକସିନ ପାଇଁ କିଭଳି ରେଜିଷ୍ଟ୍ରେସନ କରିବେ ଜାଣନ୍ତୁ :

୧. ସ୍ୱାସ୍ଥ୍ୟକର୍ମୀ କୋ-ୱିନ୍ ଆପରେ ରେଜିଷ୍ଟ୍ରେସନ୍ ମୋଡ୍ୟୁଲ୍ ମାଧ୍ୟମରେ ଭ୍ୟାକସିନ୍ ପାଇଁ ପଞ୍ଜିକୃତ କରିପାରିବେ। କୋ-ୱିନ୍ ଆପକୁ ଗୁଗଲ ପ୍ଲେଷ୍ଟୋର କିମ୍ବା ଆପଲ୍ ଷ୍ଟୋରରୁ ଡାଉନଲୋଡ଼ କରିପାରିବେ। ତେବେ ଏହି ଆପ୍ଲିକେସନ ଏବେ ଯାଏଁ ଲଞ୍ଚ ହୋଇନାହିଁ।

୨. କୋ-ୱିନ୍ ୱେବସାଇଟରେ ସେଲ୍ଫ ରେଜିଷ୍ଟ୍ରେସନ ପାଇଁ ୧୨ଟି ଫୋଟୋ ଆଇଡି (ଭୋଟ ପରିଚୟ ପତ୍ର, ଆଧାର କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ପାସପୋର୍ଟ, ପେନ୍ସନ ଡକୁମେଣ୍ଟ) ମଧ୍ୟରୁ ଯେକୌଣସି ଗୋଟିଏ ଆବଶ୍ୟକ ହେବ।

୩. ଅନଲାଇନ ରେଜିଷ୍ଟ୍ରେସନ ପରେ ଉପଭୋକ୍ତାଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଏକ ଏସଏମଏସ ଆସିବ। ଏହି ଏସଏମଏସରେ ଭେକସିନଏସନ ପାଇଁ ତାରିଖ, ସମୟ ଓ ସ୍ଥାନ ଦିଆଯାଇଥିବା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.