ଭିଜିଲାନ୍ସ ଜାଲରେ କୋ-ଅପରେଟିଭ ବ୍ୟାଙ୍କ ଜୋନାଲ ମ୍ୟାନେଜର

Published By : Prameya-News7 Bureau | February 12, 2019 IST

ଭଦ୍ରକ ୧୨|୨:  ଭିଜିଲାନ୍ସ ଜାଲରେ ବ୍ୟାଙ୍କ ଜୋନାଲ ମ୍ୟାନେଜର । ଭଦ୍ରକ-ବାଲେଶ୍ବର କୋ-ଅପରେଟିଭ ବ୍ୟାଙ୍କର ଜୋନାଲ ମ୍ୟାନେଜର ଅଜିତ କୁମାର ହୋତାଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି ।

{"id":84309}

ଭଦ୍ରକ କାର୍ଯ୍ୟାଳୟ ସମେତ ମଠସାହି, ନଳାଙ୍ଗ ଓ ଧୁସୁରିରରେ ଥିବା ବାସଭବନରେ ଏକକାଳୀନ ଚଢାଉ ଜାରି ରହିଛି । ଚଢାଉ ନେଇ ବାଲେଶ୍ବର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି । ତେବେ ଆସନ୍ତା ୨୮ ତାରିଖରେ ଅଜିତ କାର୍ଯ୍ୟରୁ ଅବସର ନେଇଥାନ୍ତେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.