ଦୁର୍ନୀତି ଓ ପ୍ରିୟାପ୍ରୀତିର ପେଣ୍ଠ ପାଲଟିଛି କୃଷି ସମବାୟ ସମିତି : ହାତ ଗୁଞ୍ଜା ନଦେଲେ ଋଣ ନାହିଁ

Published By : Prameya-News7 Bureau | July 01, 2019 IST

ଯାଜପୁର ୧/୭ : ଯାଜପୁର ମଙ୍ଗଳପୁର ପ୍ରାଥମିକ କୃଷି ସମବାୟ ସମିତିରେ ଦୁର୍ନୀତି ଅଭିଯୋଗ । ସମିତିର ସଭାପତି ଏବଂ ପରିଚାଳନା ସହ ସଂପୃକ୍ତ କର୍ମଚାରୀଙ୍କ ନାମରେ ମାତ୍ରାଧିକ କ୍ଷମତା ଅପବ୍ୟବହାର ଓ  ଅନିୟମିତା ଅଭିଯୋଗକୁ ନେଇ ଏବେ ହଇଚଇ । ଏପରିକି ବର୍ତମାନର ସମିତି ସଭାପତିଙ୍କ  ନାମରେ ମଧ୍ୟ ବିଭାଗୀୟ ଉଚ୍ଚପଦାଧିକାରୀଙ୍କୁ  କିଛି ଚାଷୀ ଲିଖିତ ଭାବେ ଜଣାଇଛନ୍ତି ।

{"id":129463}

ହାତ ଗୁଞ୍ଜା ନଦେଲେ ଋଣ ନାହିଁ । ଆଉ ପିସି ଦେଲେ ଅଳ୍ପ ଜମିର ମାଲିକଙ୍କୁ  ମୋଟା ଅଙ୍କର  ଋଣ । ଯାଜପୁର ଦଶରଥ ପୁର ବ୍ଲକ ମଙ୍ଗଳ ପୁର ପ୍ରାଥମିକ କୃଷି ସାମବାୟ ସମିତି ବିରୋଧରେ ଏପରି ସଙ୍ଗୀନ  ଅଭିଯୋଗ । ଆଉ ଏହି ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ । ଚାଷୀଙ୍କ ଅଭିଯୋଗ ହେଲା ମଙ୍ଗଳପୁର ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଏବେ ବେଆଇନ, ବେନିୟମ କାରନାମା ସହ ଦୁର୍ନୀତି ଓ  ପ୍ରିୟାପ୍ରୀତିର ପେଣ୍ଠ ପାଲଟିଛି । ବିନା ଲାଞ୍ଚରେ କୌଣସି ଚାଷୀଙ୍କୁ ଋଣ ମିଳୁନି, ଆଉ ପର୍ସେଣ୍ଟେଜ ହିସାବରେ ଘୁଷ ଦେଲେ ୨-୩ ଗୁଣ୍ଠ ଜମିର ମିଲିକଙ୍କୁ ମୋଟା ଅଙ୍କର ଋଣ ମଂଜୁର ହେଉଛି ।

{"id":129464}

ସମିତି ବିରୋଧରେ ଅଭିଯୋଗ ଓ ଅସନ୍ତୋଷର ତୀବ୍ରତା ସ୍ପଷ୍ଟ ।କିଛି ନିର୍ଦ୍ଦିଷ୍ଟ ଅସାଧୁ କର୍ମଚାରୀ ଓ କର୍ମକର୍ତ୍ତାଙ୍କ ଲାଗି  ଚାଷୀ ହିତୈଷୀ ଯୋଜନା ସବୁ ବାଟବଣା ।ମଙ୍ଗଳପୁର ପ୍ରାଥମିକ କୃଷି ସମବାୟ ସମିତି ବିରୋଧରେ କେବଳ ଋଣ ଜାଲିଆତି ନୁହେଁ, ଅକାରଣ ସୁଧ କଷି କିଛି ଚାଷୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ବି ହୋଇଛି ।ଏପରି ଚାଷୀ ଶୋଷଣ ବି ଦାର୍ଘଦିନରୁ ଚାଲିଛି। ତେବେ ଏପରି ଅଭିଯୋଗ ସଂପର୍କରେ ସୂଚନା ପାଇ  ତଦନ୍ତ କରିଛନ୍ତି ଉପରିସ୍ଥ ଅଧିକାରୀ ।

{"id":129465}

ଅଭିଯୋଗ ସଙ୍ଗୀନ । ଅଭିଯୋଗର ତଦନ୍ତ ଚାଲିଥିବା ବି  ସତ। ହେଲେ ତଦନ୍ତ ସରିବ କେବେ ଏବଂ ତଦନ୍ତ ରିପୋର୍ଟ ଭିତ୍ତିରେ ଚାଷୀଙ୍କୁ କି ନ୍ୟାୟ ମିଳିବ, ଦୋଷୀ କିଭଳି ଦଣ୍ଡିତ ହେବେ  ଏବଂ ଚାଷୀ ଶୋଷଣ ମୂକ୍ତ ହେବେ ତ ?  ଏହା ହିଁ ପ୍ରଶ୍ନ  ।

{"id":129466}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.