Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ

3/12/2020 at 11:36 AM

ଓ୍ବାଶିଂଟନ୍ ୩।୧୨: ଆମେରିକାର କନସାସ ରାଜ୍ୟର ଭିଚିଟା ସହରରେ ପିଜ୍ଜା ହଟ୍ ର ଆରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କର ବୁଧବାର ଦିନ ନିମୋନିଆରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । କାର୍ନି ନିଜ ଭାଇଙ୍କ ସହ ମିଳିତ ଭାବେ ପିଜ୍ଜା ହଟ୍ ର ଆରମ୍ଭ କରିଥିଲେ । ଭିଚିଟା ଇଗଲ ଖବରକାଗଜର ଖବର ଅନୁସାରେ ନିକଟରେ କାର୍ନି କୋଭିଡ୍ ୧୯ ରୁ ସୁସ୍ଥ ହୋଇଥିଲେ । ଦୀର୍ଘ ସମୟ ଧରି ସେ ଅଲଜାଇମର ରୋଗରେ ପୀଡିତ ଥିଲେ । ତାଙ୍କ ପତ୍ନୀ ଏବଂ ଭାଇ କହିଥିଲେ ଯେ, ଭୋର ସାଢେ ୪ଟା ବେଳେ ସେ ତାଙ୍କ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଭିଚିଟା ଷ୍ଟେଟ୍ ୟୁନିଭରସିଟିରେ ପାଠ ପଢୁଥିବା ସମୟରେ ୧୯ ବର୍ଷ ବୟସରେ ଫ୍ରାଙ୍କ୍ କାର୍ନି ତାଙ୍କ ଭାଇଙ୍କ ସହ ମିଶି ପିଜ୍ଜା ହଟ୍ ର ଆରମ୍ଭ କରିଥିଲେ ।

ବ୍ୟବସାୟ ଆରମ୍ଭ କରିବା ପାଇଁ ସେ ତାଙ୍କ ମା’ଙ୍କଠାରୁ ୬୦୦ ଡଲାର ଧାର ନେଇଥିଲେ । କାର୍ନି ୧୯୯୨ରେ ଭିଚିଟାରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଯଦି ଆପଣ କଲେଜରେ ପଢିବା ସମୟରେ ବ୍ୟବସାୟ ଆରମ୍ଭ କରୁଛନ୍ତି ତେବେ ଆପଣ ଚିନ୍ତା କରନ୍ତି ନାହିଁ ଯେ ଅର୍ଥବ୍ୟବସ୍ଥା କିଭଳି ଚାଲିଛି । ସେ କହିଥିଲେ ଯେ, ମୁଁ କେବେ ଚିନ୍ତା କରିନାହିଁ ଯେ ହ୍ବାଇଟ୍ ହାଉସ୍ ରେ କିଏ ବସୁଛି ଅଥବା ବେରୋଜଗାରର ଦର କଣ ରହିଛି । ସେ କହିଥିଲେ ଯେ, ଜଣେ ଉଦ୍ୟୋଗୀ ସବୁବେଳେ ଏହା ଚିନ୍ତା କରେ ଯେ, ତାର ଉତ୍ପାଦ ପାଇଁ ବଜାର ଅଛି କି ନାହିଁ ? ସେ ତାହାକୁ ବିକ୍ରି କରି ପାରିବ କି ନାହିଁ ?

୧୯୭୭ ମସିହାରେ ପେପସିକୋ କମ୍ପାନୀ ପିଜ୍ଜା ହଟ୍ କୁ ୩୦ କୋଟି ଡଲାରରେ କ୍ରୟ କରିଥିଲା । ଏହାପରେ ଫ୍ରାଙ୍କ୍ କର୍ନି ଅନେକ ବ୍ୟବସାୟରେ ନିବେଶ କରିଥିଲେ ।

   Related Posts