Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ପୁଣି ମହଙ୍ଗା ହେଲା CNG, ୧୦ ମାସରେ ୧୪ ଥର ଦାମ୍‌ ବୃଦ୍ଧି

28/11/2021 at 5:27 PM

ନୂଆଦିଲ୍ଲୀ ୨୮/୧୧: ପେଟ୍ରୋଲ୍‌ ଡିଜେଲ୍‌ର ବିକଳ୍ପ ଭାବେ ଯେଉଁ ଇନ୍ଧନ ବ୍ୟବହାର କରିବାକୁ ସରକାର ପରାମର୍ଶ ଦେଉଛନ୍ତି ତାହାର ମଧ୍ୟ ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ବିଶେଷ କରି ପେଟ୍ରୋଲ-ଡିଜେଲ୍‌ ବିନା ଅନ୍ୟ ଇଞ୍ଜିନ୍‌ ସିଏନଜିରେ ଚାଲୁଛି। କିନ୍ତୁ ଏହି ସିଏନଜିର ଦାମ ସରକାର ଲଗାତାର ବଢ଼ାଇ ଚାଲିଛନ୍ତି ।  ମୁମ୍ବାଇରେ ପୁଣି ଏହାର ଦାମ ବଢ଼ିଛି।

କଂପ୍ରେସଡ୍‌ ନ୍ୟାଚୁରାଲ୍‌ ଗ୍ୟାସ୍‌ (ସିଏନଜି) କିଲୋ ପ୍ରତି ୩.୯୬ ଟଙ୍କା ବୃଦ୍ଧି ପାଇ ୬୧.୫ ଟଙ୍କା ହୋଇଛି। ଏହି ନୂଆ ଦାମ ଶନିବାରଠୁ ଲାଗୁ ହୋଇଛି। ୨ ମାସ ମଧ୍ୟରେ ତୃତୀୟ ଥର ସିଏନଜି ଦାମ୍‌ ବୃଦ୍ଧି ହୋଇଛି । ୧୦ ମାସ କଥା କହିଲେ ସିଏନଜି ଦାମ୍‌ ୧୪ ଥର ବଢ଼ିଛି । ପେଟ୍ରୋଲ ଏବଂ ଡିଜେଲ୍‌ର ବ୍ୟବହାର ଯୋଗୁଁ ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ସିଏନଜି ସବୁଠୁ ଭଲ ଗ୍ରୀନ୍‌ ଇନ୍ଧନ ।

ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦାମ ତୁଳନାରେ ସିଏନଜିର ଦାମ କମ୍‌ ରହିଛି । ମୁମ୍ବାଇରେ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଯିବା ପରେ ଅନେକ ଅଟୋ, ଟ୍ୟାକ୍ସି, ଟ୍ରକ୍‌ ଆଦି ସିଏନଜିକୁ ପରିବର୍ତ୍ତିତ ହୋଇଛି। କିନ୍ତୁ ପୁଣି ଥରେ ସିଏନଜି ଦାମ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

   Related Posts