ମୁଖ୍ୟମନ୍ତ୍ରୀ ୧୯ ମିନିଟ୍‌ ନୁହେଁ ୩୦ ମିନିଟ୍ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ: ସରକାରୀ ତଥ୍ୟରୁ ଜଣାପଡ଼ିଲା ଏକ ମିଛ ଖବରର ରହସ୍ୟ

Published By : Prameya-News7 Bureau | October 15, 2020 IST

ଭୁବନେଶ୍ବର୧୫/୧୦: ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ସଂପର୍କୀତ ଖବର ପ୍ରସାରଣରେ ଓଟିଭିର ମିଛ ଧରା ପଡିଛି।ଏ ନେଇ ସରକାରଙ୍କ ସୂତ୍ରରୁ ମିଳିଥିବା ସ୍ପଷ୍ଟୀକରଣରୁ ଖବରଟି ସମ୍ପୂର୍ଣ୍ଣ ମିଛି ବୋଲି ଜଣାଯାଇଛି। ସ୍ପଷ୍ଟୀକରଣ  ଅନୁଯାୟୀ,  ମୁଖ୍ୟମନ୍ତ୍ରୀ ୩୦ ମିନିଟ୍‌ କାଳ ଉଡ଼ାଣ  ଭରିଥିବା ବେଳେ ୧୯ ମିନିଟ୍ ଧରି ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ବାକି ସମୟ ହେଲିକପ୍ଟର ଟେକ୍‌ ଅଫ୍‌ ଓ ଲ୍ୟାଣ୍ଡିଂରେ ସମୟ ବିତିଥିଲା। ସୂଚନା ଥାଉକି, ମୁଖ୍ୟମନ୍ତ୍ରୀ ଅତ୍ୟାଧୁନିକ ଟୁଇନ୍‌ ଇଞ୍ଜିନ ହେଲିକପ୍ଟର ବ୍ୟବହାର କରନ୍ତି, ଯାହାକି ଭୁବନେଶ୍ବରରୁ ବନ୍ୟାଞ୍ଚଳରେ ପହଁଞ୍ଚିବାକୁ ମାତ୍ର ୫ରୁ ୬ ମିନିଟ୍ ଲାଗିଥାଏ। ଏହି ସବୁ ତଥ୍ୟ ପ୍ରତି ଧ୍ୟାନ ନ ଦେଇ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତୀ କ୍ଷୁର୍ଣ୍ଣ କରିବାକୁ ଓଟିଭି ଅପଚେଷ୍ଟା କରୁଥିବା ସ୍ପଷ୍ଟୀକରଣରେ ଉଲ୍ଲେଖ ରହିଛି।

ଘଟଣାଟି ହେଉଛି ଅଗଷ୍ଟ ୩୧ ତାରିଖର। ଓଟିଭି ଖବରରେ ପ୍ରସାରିତ ହୋଇଥିଲା ଯେ, ଗତ ଅଗଷ୍ଟ ୩୧ ତାରିଖ ଦିନ କୌଣସି ଭିଭିଆଇପିଙ୍କ ହେଲିକେପ୍ଟର ବା ବିମାନ ଭୁବନେଶ୍ବର ବିମାନ ମନ୍ଦିରରେ ଉଡାଣ ଭରି ନଥିଲା। କିନ୍ତୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଅନୁଯାୟୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ଭିଭିଆଇପି  ବର୍ଗରେ ଆସୁ ନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକେପ୍ଟର ଯାତ୍ରାକୁ ଭିଭିଆଇପିଙ୍କ ଯାତାୟତ ଭାବେ ଉଲ୍ଳେଖ କରାଯାଇ ନାହିଁ।

ସେହିଭଳି ଓଟିଭିରେ ପ୍ରସାରିତ ହୋଇଥିଲା ଯେ, ଟେକ୍‌- ଅଫ୍‌ ଏବଂ ଲ୍ୟାଣ୍ଡିଂ ସମୟକୁ ମିଶାଇ ମୁଖ୍ୟମନ୍ତ୍ରୀଙ୍କ ବିମାନ ୧୯ ମିନିଟ୍ ଯାତ୍ରା କରିଥିଲା। କିନ୍ତୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ କର୍ତ୍ତୁପକ୍ଷଙ୍କ ଚିଠି  ଓ ଟିଭିଭି ଖବରକୁ ମିଥ୍ୟା ଦର୍ଶାଉଛି।ସେହି ଚିଠିରେ କୁହାଯାଇଛି ଯେ, ଟେକ୍‌-ଅଫ୍‌ ଏବଂ ଲ୍ୟାଣ୍ଡିଂ ସମୟକୁ ବାଦ ଦେଇ ମୁଖ୍ୟମନ୍ତ୍ରୀ ୧୯ ମିନିଟ୍‌ ଆକାଶମାର୍ଗରେ ରହିଥିଲେ ଅର୍ଥାତ ଏୟାର ଟାଇମ୍‌ ୧୯ ମିନିଟ୍ ଥିଲା।

{"id":345138,"sizeSlug":"large"}

ମୁଖ୍ୟମନ୍ତ୍ରୀଙ୍କ ଦ୍ବାର ବ୍ୟବହୃତ  ହେଲିକପ୍ଟରରେ ୧୯ ମିନିଟ୍‌ରେ ବନ୍ୟାଞ୍ଚଳ ଆକାଶରେ ପହଁଞ୍ଚି ଫେରିବା ସମ୍ଭବ ନୁହେଁ ବୋଲି ଓଟିଭି ଯାହା ପ୍ରସାରିତ କରିଛି, ତାହାକୁ ମିଥ୍ୟା କହି ଖଣ୍ଡନ କରିଛି ସରକାରୀ ତଥ୍ୟ। ଏହି ତଥ୍ୟରେ କୁହଯାଇଛି, ମୁଖ୍ୟମନ୍ତ୍ରୀ ବ୍ୟବହାର କରୁଥିବା ହେଲିକପ୍ଟରଟି ଏକ ଉଚ୍ଚମାନର ଟ୍ବିନ୍‌ ଇଞ୍ଜିନ୍ ବିଶିଷ୍ଟ ହେଲିକପ୍ଟର। ଏହି ପ୍ରକାର ହେଲିକପ୍ଟର ଭୁବନେଶ୍ବରରୁ ସଂପୃକ୍ତ କ୍ଷତିଗ୍ରସ୍ତ ବନ୍ୟାଞ୍ଚଳରେ ପହଁଞ୍ଚିବାକୁ ମାତ୍ର ୫-୬ ମିନିଟ୍ ନେଇଥାଏ। ମୁଖ୍ୟମନ୍ତ୍ରୀଙ୍କ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନର ଭିଡିଓ ସେହିଦିନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା।

ଓଟିଭି ଖବରରେ ଆହୁରି ମଧ୍ୟ କୁହାଯାଇଥିଲା, ସକାଳ ୧୦ଟା ମିନିଟ୍‌ ଯାତ୍ରା ଆରମ୍ଭ କରି ୧୦ଟା ୩୧ ମିନିଟ୍‌ରେ ଫେରି ଆସିଥିଲା। କିନ୍ତୁ ଠିକ୍ ଭାବେ ଯାଞ୍ଚ ନ କରି ଓଟିଭି ଭୁଲ୍‌ ଖବର ପ୍ରସାରଣ କରିଥିବା ସରକାରୀ ସୂତ୍ରରୁ କୁହାଯାଇଛି।କାରଣ ଭାରତୀୟ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କ ସୂଚନା ଅନୁଯାୟୀ, ବିମାନ ଚଳାଚଳର ସମୟ ଗୁଡିକ ଆଇସିଏଓ ଷ୍ଟାଣ୍ଡାର୍ଡ ଅନୁଯାୟୀ ୟୁଟିସି ଫର୍ମାଟ୍‌ରେ ରହିଛି ଏବଂ ତାହା ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍‌ ଭତ୍ତିରେ ୟୁଟିସି ସମୟ ସୂଚୀ ସହ ୫.୩୦ ଘଣ୍ଟା ଯୁକ୍ତ କରାଯାଇଥାଏ। ହେଲିକପ୍ଟର ଏୟାର ଟାଇମ୍ ବା ଆକାଶ ମାର୍ଗରେ ଅବସ୍ଥାନ ସମୟ ଅପରାହ୍ନ ୩ଟା ୪୨ରୁ ୪ଟା ୧ ମିନିଟ୍। ମୋଟ୍ ଯାତ୍ରା ସମୟ ୩୦ ମିନିଟ୍ ହୋଇଥିବା ବେଳେ ସେଥିରୁ ୧୯ ମିନିଟ୍ ଏୟାର ଟାଇମ୍‌।

 ଏହି ଭିତ୍ତିରେ ଓଟିଭି ଖବର ମିଥ୍ୟା ପ୍ରମାଣିତ ହୋଇଛି।ଏହାସହ ମିଛ ତଥା ଭିତ୍ତିହୀନ ଖବର ପ୍ରସାରଣ କରି ବିଭ୍ରାନ୍ତି ସୃଷ୍ଟି କରିବାକୁ ଓଟିଭିର ଏକ ଉଦ୍ୟମ ପଦାରେ ପଡିଛି, ଯାହାକି ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.