ଆସନ୍ତା ସୋମବାର ଦିନ ସିଏମ୍ସି ଘେରାଉ କରିବ କଟକ ନଗର କଂଗ୍ରେସ
11/08/2018 at 4:40 PM

କଟକ ୧୧/ ୮ :- ଗତ ଲଗାଣ ବର୍ଷା ଯୋଗୁଁ କଟକରେ ସୃଷ୍ଟି ହୋଇଥିବା ଅଭାବନୀୟ ପରିସ୍ଥିତିକୁ ସୁଧାରିବା ପାଇଁ ସିଏମ୍ସି କର୍ତ୍ତୃପକ୍ଷଙ୍କ ବିଫଳତା ପ୍ରତିବାଦରେ ନଗର କଂଗ୍ରେସ ବିକ୍ଷୋଭ କରିବ। ଏପରିକି ଆଗାମୀ ସ୍ବାୟତ୍ତ ଶାସନ ଦିବସକୁ ମଧ୍ୟ ବିରୋଧ କରାଯିବ ବୋଲି କହିଛି କଂଗ୍ରେସ। ମଶାତେଲ କିଣାଠାରୁ ଆରମ୍ଭ କରି ଝାଡୁ କିଣା, ଟେଣ୍ଡର ଫିକ୍ସିଂ, ହୋଡିଂ ଦୁର୍ନୀତି ପରି ଅନେକ ଦୁର୍ନୀତିର ମୁକସାକ୍ଷୀ କଟକ ମହାନଗର ନିଗମ ପାଲଟିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ସିଏମ୍ସି କାଉନ୍ସିଲକୁ ସାଢେ ୪ ବର୍ଷ ପୂରିଥିଲେ ସୁଦ୍ଧା ସହରରେ କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇନଥିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍।