ଗାଇଡ୍‌ଲାଇନ୍‌ ମାନି ଦୋକାନ ଖୋଲିବାକୁ ଥିଲା ନିର୍ଦ୍ଦେଶ, କିନ୍ତୁ ମାନିଲେନାହିଁ କଟକଣା , ଦୋକାନରେ ପଡିଲା ତାଲା…

Published By : Prameya-News7 Bureau | August 01, 2020 IST

କଟକ ୦୧।୦୭: ସରକାର କରୋନା ସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଚେନ୍‌ ରୋକିବା ପାଇଁ ଲକ୍‌ଡାଉନ୍‌ , ସଟ୍‌ଡାଉନ୍‌ ଲାଗୁ କରୁଛନ୍ତି । ଏପରିକି କିଛି ଦୋକାନା ଖୋଲିବାକୁ ପ୍ରଶାସନ ଅନୁମତି ଦେଇଥିଲେ ମଧ୍ୟ କୋଭିଡ଼ ଗାଇଡଲାଇନ୍‌ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହିପରି କଟକରେ କୋଭିଡ ଗାଇଡ଼ ଲାଇନ୍‌ ଉଲ୍ଲଘଂନ କରିବା ଅଭିଯୋଗରେ ୩ଟି ଦୋକାନକୁ ସିଲ୍‌ କରାଯାଇଛି । କଟକ ମହାନଗର ନିଗମ ପକ୍ଷରୁ ସମସ୍ତ ଦୋକାନକୁ ସିଲ୍‌ କରାଯାଇଛି ।

 ସୂଚନାଯୋଗ୍ୟ ଯେ, କଟକରେ  କୋଭିଡ ଗାଇଡ ଲାଇନ ପାଳନ କରି ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଏହି ଗାଇଡ୍‌ ଲାଇନ୍‌ର  ଉଲଙ୍ଘନ କରାଯାଇଥିବା ଅଭିଯୋଗ ଆସିଛି । କୋଭିଡ଼ ଗାଇଡ୍‌ଲାଇନ୍‌ ଉଲ୍ଲଘଂନ ଅଭିଯୋଗରେ କଟକ କେଊଟ ସାହି  ଅଞ୍ଚଳରେ ୨ଟି ରାକ୍ଷୀ  ଦୋକାନ ଓ ଚୌଧୁରୀ ବଜାର ଅଞ୍ଚଳର ଗୋଟିଏ ହାର୍ଡୱାର ଦୋକାନରେ  ସିଏମ୍‌ସି ଓ ପୁରୀଘାଟ ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ତେବେ ଏହି ସବୁ ଦୋକାନ ନିୟମ ଉଲଙ୍ଘନ ଅଭିଯୋଗରେ ଏହି ୩ଟି ଦୋକାନକୁ ସିଲ୍‌ କରିଛି କଟକ ମହାନଗର ନିଗମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.