Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

କଟକର ବିଭିନ୍ନ ନର୍ସିଂହୋମ୍‌ ଓ କ୍ଲିନିକ୍‌ରେ ସିଏମ୍‌ସିର ଚଢ଼ାଉ: କୋଭିଡ୍ ନିୟମକୁ କଲେ ତଦାରଖ

26/06/2020 at 12:00 PM

କଟକ୨୬/୬: ଗତକାଲି ଭୁବନେଶ୍ବରରେ ବିଭିନ୍ନ ଘରୋଇ ହସ୍ପିଟାଲରେ ଏମ୍‌ସି ଚଢ଼ାଉ କରିଛି। ସେହିପରି ଶୁକ୍ରବାର କଟକର ବିଭିନ୍ନ ନର୍ସିଂହୋମ ଓ କ୍ଲିନିକ୍‌ରେ ସିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଦ୍ଵାରା ଚଢାଉ ଜାରି ରହିଛି। କୋଭିଡ-୧୯ ନିୟମ ସଠିକ୍ ରୂପେ  ପାଳନ କରାଯାଉଛି କି ନାହିଁ, ଏନେଇ ଭୁବନେଶ୍ବରରେ ବିଏମ୍‌ସି ଏବଂ କଟକରେ ସିଏମ୍‌ସି ପୁରା ଆକ୍ସନ ମୋଡ୍‌ରେ ଆସିଛନ୍ତି।  ଭୁବନେଶ୍ବର ଓ କଟକରେ ଥିବା ବିଭିନ୍ନ ଘରୋଇ ହସ୍ପିଟାଲରେ ସାମାଜିକା ଦୂରତା, ମାସ୍କ ପିନ୍ଧିବା ଏବଂ ସାନିଟାଇଜ୍‌ ଉପ​‌ରେ ବିଏମ୍‌ସି ଏବଂ ସିଏମ୍‌ସି ଗୁରୁତ୍ବ ଦେଉଛନ୍ତି। ସେହିପରି କଟକ ହରିହର କ୍ୟାନସର ହସ୍ପିଟାଲରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

ଏହା ବ୍ୟତୀତ ମଞ୍ଚେଶ୍ଵରରେ ଥିବା BLUE WHELE ମେଡିକାଲ କୋଭିଡ-୧୯ ନିୟମକୁ ଉଲଂଘନ କରିବା ପରେ ମେଡିକାଲକୁ ସମ୍ପୂର୍ଣ୍ଣ ସିଲ୍‌ କରିଥିଲା ବିଏମସି ।  ଗୁରୁବାର କୋଭିଡ ନିୟମ ପାଳନ କରୁଛନ୍ତି କି ନାହିଁ ରାଜଧାନୀର କିଛି ହସ୍ପିଟାଲ ସେ ନେଇ ବିଏମସି ପକ୍ଷରୁ ବହୁ ହସ୍ପିଟାଲରେ ଯାଞ୍ଚ କରାଯାଇଥିଲା।

ଠିକ୍ ଭାବରେ ସାନିଟାଇଜ ହେଉଛି କି ନାହିଁ, ସାମାଜିକ ଦୂରତା, ମାସ୍କ , ମେଡିକାଲକୁ ପ୍ରବେଶ କରିବା ବେଳେ ସ୍କାନିଂ ହେଉଛି କି ନାହିଁ ତା ସହ ଅଳ୍ପ କର୍ମଚାରୀଙ୍କୁ ନେଇ ଡ୍ୟୁଟି ହେଉଛି କି ନାହିଁ, ଏ ସବୁ ଦେଖିଥିଲେ ବିଏମସି କର୍ମଚାରୀ। ଆପୋଲ, କଳିଙ୍ଗ, ଉସ୍ତି, କର, ନୀଳାଚଳ, ରୁଚିକା, କେୟାର, ମୋହନ ଡାଇବେଟିସ୍ ସେଣ୍ଟର ଭଳି ୧୦ଟି ମେଡିକାଲରେ ଯାଞ୍ଚ କରାଯାଇଛି ।

   Related Posts