KFCରେ ଚଢାଉ, ଜବତ ହେଲା ବାସି ବ୍ରେଡ୍ ଓ ଚିକେନ୍

Published By : Prameya-News7 Bureau | November 02, 2021 IST

କଟକ ୨।୧୧: କେଏଫସିରେ ସିଏମସି ସ୍ବାସ୍ଥ୍ୟ ବିଭାଗର ଚଢାଉ । କଟକ ବାଦାମବାଡିରେ ଥିବା କେଏଏଫସି ରେଷ୍ଟୁରାଣ୍ଟରେ ଚଢାଉ କରିଛି ଖାଦ୍ୟ ସୁରକ୍ଷା ଟିମ୍ । କେଏଫସି ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରୁଥିବା ସହ ଏକ୍ସପାରୀ ଖାଦ୍ୟ ରଖୁଥିବା ବାରମ୍ବାର ଅଭିଯୋଗ ଆସିଥିଲା । ତେଣୁ ମଙ୍ଗଳବାର ଚଢାଉ କରି ବହୁ ପରିମାଣର ବାସି ବ୍ରେଡ ଏବଂ ଚିକେନ ଜବତ କରିବା ସହ ଏହାକୁ ନଷ୍ଟ କରାଯାଇଛି । ଜବତ ଖାଦ୍ୟର ନମୂନା ପରୀକ୍ଷା ପାଇଁ ଲାବ୍ରୋଟୋରୀକୁ ପଠାଯିବ। ସେଠାରୁ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି । 

କେଏଫସି ହେଉଛି ଏକ ଇଣ୍ଟରନ୍ୟାସନାଲ ବ୍ରାଣ୍ଡ । ଅଧିକ ଲାଭଖୋର ମନୋଭାବ ନେଇ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ବିଭିନ୍ନ ବ୍ରାଣ୍ଡ । ଦୀର୍ଘ ଦିନରୁ ଏହି କେଏଫସିରେ ଖରାପ ଖାଦ୍ୟ ଦେଉଥିବା ନେଇ ଲୋକେ ଅଭିଯୋଗ କରୁଥିଲେ । ଏନେଇ ସେମାନେ ଦୋକାନ ମାଲିକଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । ତେବେ କୌଣସି ସୁଧାର ନଆସିବା ପରେ ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟରେ ଅଭିଯୋଗ ହୋଇଥିଲା । ଯାହା ଆଧାରରେ ରେଡ୍ କରି କେଏଫସିକୁ ନୋଟିସ କରିଛି ସିଏମସି । ତେବେ ଖରାପ ଖାଦ୍ୟ ଗ୍ରାହକଙ୍କୁ ଦିଆଯାଉନଥିବା କେଏଫସି ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.