ସିଏମ୍‌ସି କାର୍ଯ୍ୟାଳୟକୁ ଲୋକଙ୍କୁ ମନା, ୧୫ ଦିନ ଯାଏଁ ପ୍ରବେଶ ଉପରେ କଟକଣା

Published By : Prameya-News7 Bureau | September 01, 2020 IST

କଟକ ୧।୯: କଟକ ମହାନଗରର ନିଗମ ବା ସିଏମ୍‌ସି କାର୍ଯ୍ୟାଳୟକୁ ୧୫ ଦିନ ପାଇଁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ସିଏମ୍‌ସି କଣ୍ଟ୍ରୋଲ ରୁମର ଜଣେ ଡାକ୍ତର ପଜିଟିଭ ଚିହ୍ନଟ ହେବା ପରେ ସିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସମୟରେ ସିଏମ୍‌ସିର ଅତ୍ୟାବଶକୀୟ ସେବା ଜାରି ରହିବ କିନ୍ତୁ ଅନ୍ୟ ବିଭାଗକୁ ବନ୍ଦ ରଖିବାକୁ ସିଏମ୍‌ସି କମିଶନର ନିଷ୍ପତ୍ତି ନେଇଛନ୍ତି ।

ସେପଟେ କଟକ ଡିସିପିଙ୍କ କାର୍ଯ୍ୟାଳୟରୁ ବରିଷ୍ଠ ଅଧିକାରୀଙ୍କ ସମେତ ଏକାଧିକ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଡିସିପିଙ୍କ କାର୍ଯ୍ୟାଳୟ ୭୨ଘଣ୍ଟା ଅର୍ଥାତ୍ ୩ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଅତ୍ୟାବଶକୀୟ ସେବା କାର୍ଯ୍ୟ ଜାରି ରହିବ । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ୭ ଦିନ ପାଇଁ ଡିସିପି ବାରଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.