ମାଲଗୋଦାମରେ ସିଏମସି ସ୍ବାସ୍ଥ୍ୟ ବିଭାଗର ଚଢାଉ, ବିପୁଳ ପରିମାଣର ଅପମିଶ୍ରିତ ଡାଲି ଜବତ

Published By : Prameya-News7 Bureau | December 08, 2021 IST

କଟକ ୮।୧୨: କଟକ ମାଲଗୋଦାମରେ ସିଏମସି ସ୍ବାସ୍ଥ୍ୟ ବିଭାଗ ଏବଂ ପୋଲିସ ମିଳିତ ଭାବେ ଚଢ଼ାଉ କରିଛି । ଚଢାଉ ବେଳେ ଦୁଇଟି ଡାଲି ଗୋଦାମରୁ ବିପୁଳ ପରିମାଣରେ ଅପମିଶ୍ରିତ ଡାଲି ଜବତ କରାଯାଇଛି । ଅପମିଶ୍ରଣ ଅଭିଯୋଗରେ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ହରଡ ଡାଲିରେ କେଶର ନାମକ ଆଉ ଏକ ଡାଲି ଜାତୀୟ ଶସ୍ୟକୁ ମିଶାଇ ଚାଲାଣ କରାଯାଉଥିବାର ଅଭିଯୋଗ ଥିଲା । ଉକ୍ତ ଅଭିଯୋଗ ଆଧାରରେ ବୁଧବାର ଚଢାଉ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.