ଜଳବନ୍ଦୀ ଭୟ : ସିଏମ୍‌ସି କମିଶନର ଓ ଅତିରିକ୍ତ ଜିଲ୍ଲାପାଳ ରକ୍ସି ଗଳି ଅଞ୍ଚଳ ବୁଲି ପରଖିଲେ ସ୍ଥିତି

Published By : Prameya-News7 Bureau | June 30, 2019 IST

କଟକ ୩୦।୬: ରାଜ୍ୟ ସରକରାଙ୍କ ଗ୍ରୀଭାନସେସ୍ ଅଫ୍ ପିପୁଲ୍ ଆଟ୍ ଦେୟାର ଡୋରଷ୍ଟେପ୍ ବା ଗୋପଦ ଅଭିଯାନ ଅନ୍ତର୍ଗତ କାର୍ଯ୍ୟକ୍ରମରେ ଆଜି କଟକ ମହାନଗର ନିଗମ କମିଶନର ଓ ଅତିରିକ୍ତ ଜିଲ୍ଲାପାଳ ବାଦାମବାଡିର ରକ୍ସି ଗଳି ଅଞ୍ଚଳ ବୁଲି ଲୋକ ମାନଙ୍କ ଅସୁବିଧା ବୁଝିଛନ୍ତି ।

{"id":129016}

ବିଶେଷ କରି ସାମାନ୍ୟ ବର୍ଷାରେ ରକ୍ସି ଗଳି ଅଞ୍ଚଳ ରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଲୋକ ମାନେ ଏହାର ସ୍ଥାୟୀ ପ୍ରତିକାର ପାଇଁ କମିଶନର ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ କହିଥିଲେ । ଜଳବନ୍ଦୀ ହେଉଥିବା ଗଳି ଗୁଡିକ ବୁଲିବା ପରେ ସମ୍ପୃକ୍ତ ଅଞ୍ଚଳର ଡ୍ରେନ୍ ଗୁଡିକ ନିୟମିତ ସଫା କରିବା ପାଇଁ ସିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତ ।

{"id":129017}

ଏହା ସହ ଆଜି ହିଁ ସମ୍ପୃକ୍ତ ଅଞ୍ଚଳରେ ଛୋଟ ଜେସିବି ମେସିନ୍ ଲଗାଇ ପଙ୍କ ଉଦ୍ଧାର କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସିଏମସି କମିଶନର । ରକ୍ସି ଗଳିରେ ଯେଉଁ ମାନେ ସିଏମସି ଡ୍ରେନ୍ ଉପରେ ଘର କରିଛନ୍ତି ସେଗୁଡିକୁ ତୁରନ୍ତ ଭାଙ୍ଗିଦେବା ପାଇଁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଆଗାମୀ ବର୍ଷା ପାଇଁ ରକ୍ସି ଗଳିରେ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ପମ୍ପ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.