ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ସିଏମସିର ଆଗୁଆ ପଦକ୍ଷେପ, ସହରର ସମସ୍ତ ନାଳ ନର୍ଦ୍ଦମାର ସାନି ସଫେଇ

Published By : Prameya-News7 Bureau | November 07, 2019 IST

କଟକ ୭।୧୧: ନିକଟରେ ହୋଇଥିବା ଲଗାଣ ବର୍ଷା କାରଣରୁ କଟକ ସହରରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଥିଲେ । ମୁଖ୍ୟ ନର୍ଦ୍ଦମା ସମେତ ସହରରେ ଥିବା ପ୍ରାୟ ଅର୍ଦ୍ଧାଧିକ ଡ୍ରେନ୍ ଚୋକ୍‌ ହୋଇଯାଇଥିବାରୁ ବର୍ଷା ପାଣି ନିଷ୍କାସନ ହୋଇ ପାରିଲାନାହିଁ । ତାକୁ ଆଖିରେ ରଖି ଆଗୁଆ ପଦକ୍ଷେପ ନେଉଛି ମହାନଗର ପ୍ରଶାସନ । କାରଣ ଆଗକୁ ବାତ୍ୟାର ଭୟ ନଥିଲେ ବି, ବର୍ଷା ହେବାର ସମ୍ଭାବନାକୁ ଏଡାଇ ହେବନାହିଁ । ସେପଟେ କିନ୍ତୁ ଜାଇକା ପ୍ରକଳ୍ପ କାମ ଜାରି ରହିଥିବାରୁ ଲଗାଣ ବର୍ଷା ହେଲେ କଟକବାସୀଙ୍କ ଲାଗି ସମସ୍ୟା ବଢିପାରେ ।

{"id":180533}

ବେଳେ ଥାଉ ଥାଉ କିଛିଟା ଆଗୁଆ ପଦକ୍ଷେପ ନନେଲେ ହୁଏତ ଆଗକୁ ସମସ୍ୟା ଦ୍ବିଗୁଣିତ ହୋଇପାରେ । ସେଥିଲାଗି କଟକ ସହର ସମସ୍ତ ନାଳ ନର୍ଦ୍ଦମା ଗୁଡିକର ସାନି ସଫେଇ କାମ ଚାଲିଛି । କାରଣ ଆଗକୁ ବର୍ଷା ହେବାକୁ ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ନାଳ ନର୍ଦ୍ଦମା ଗୁଡିକ ସଫା ରହିଲେ ହୁଏତ କଟକବାସୀ ଆଉ ଜଳବନ୍ଦୀ ହେବେନାହିଁ । ଏମିତି କିଛି ଧାରଣା ରଖିଛି ସିଏମସି ପ୍ରଶାସନ । ହେଲେ ଆଗକୁ ବର୍ଷା ହେବକି ନାହିଁ, ସେନେଇ ଜିଲ୍ଲା ପ୍ରଶାସନ ତରଫରୁ କିଛି ବି ଆନୁଷ୍ଠାନିକ ଭାବେ କୁହାଯାଇନାହିଁ ।

{"id":180534}

ଲଗାଣ ବର୍ଷା କାରଣରୁ ଅର୍ଦ୍ଧାଧିକ ଡ୍ରେନ୍ ଚୋକ୍‌ ହୋଇଯାଇଥିବାରୁ ବର୍ଷା ପାଣି ନିଷ୍କାସନ ହୋଇ ପାରିଲାନାହିଁ । ତା ସହିତ ଜାଇକା ପ୍ରକଳ୍ପ କାର୍ଯ୍ୟ ଯୋଗୁଁ ଅନେକ ସ୍ଥାନରେ ପାଣି ଜମି ରହିଲା । ତେବେ ବର୍ଷା ଛାଡିଯିବା ପରେ ପୁନର୍ବାର ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ସେଲଟର ଛକ, ରାମଗଡ, କନିକା ଛକ ଭଳି ସ୍ଥାନ ଗୁଡିକରେ ଜାଇକା କାମ ସହିତ ଡ୍ରେନ ସଫେଇ କାମ ଏକକାଳୀନ ଭାବେ ଚାଲିଥିବାରୁ ରାସ୍ତା ଗହଳି ରହୁଛି । ଯାତ୍ରୀଙ୍କୁ ଅନେକ ସମୟରେ ନାନଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ନର୍ଦ୍ଦମା ସଫେଇ କାମ ଚାଲିଥିବା କାରଣରୁ ସ୍ଥାନୀୟ ବାସିନ୍ଦାଙ୍କ ଭିତରେ କିଛି ମାତ୍ରାରେ ଆସ୍ବସ୍ଥି ପ୍ରକାଶ ପାଇଛି ।

{"id":180535}

ଆଗକୁ ଆସୁଛି ବାଲିଯାତ୍ରା, ଯଦି ସେ ସମୟରେ ବର୍ଷା ହୁଏ, ତେବେ କଟକବାସୀଙ୍କ ଜୀବନ ଯାତ୍ରା ପ୍ରଭାବିତ ହେବା ସହିତ ବାଲିଯାତ୍ରା ଫିକା ପଡିଯିବାର ଆଶଂକା ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.