ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଅବସ୍ଥା ଗୁରୁତର: ପିଜିଆଇରେ ପହଞ୍ଚିଲେ ଯୋଗୀ

Published By : Prameya-News7 Bureau | July 18, 2021 IST

ଲକ୍ଷ୍ନୌ ୧୮/୦୭ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ଗତକାଲି ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟରେ ନିରନ୍ତର ଉନ୍ନତି ହେଉଥିଲା। କିନ୍ତୁ ରବିବାର ଦିନ ହଠାତ୍ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବା ସହ ପେଟରେ ସମସ୍ୟା ଦେଖାଦେଇଥିଲା । ତାଙ୍କୁ ବର୍ତ୍ତମାନ ଅକ୍ସିଜେନ ସ୍ପୋର୍ଟରେ ରଖାଯାଇଛି। କୌଣସି ନୂଆ ସଂକ୍ରମଣ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଲ୍ୟାଣ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି।

କଲ୍ୟାଣ ସିଂହଙ୍କୁ ଜୁଲାଇ ୪ ତାରିଖ ସନ୍ଧ୍ୟାରେ ଏସଜିପିଜିଆଇରେ ଭର୍ତ୍ତି କରାଯାଇଥିଲା। ଏହାପୂର୍ବରୁ ସେ ଏଠାରେ ଥିବା ଡ ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଥିଲେ । ଏହାପୂର୍ବରୁ କଲ୍ୟାଣ ସିଂହଙ୍କ ଅବସ୍ଥା ସୁଧୁରୁଥିଲା । ତାଙ୍କ ସ୍ୱାସ୍ଥ୍ୟରେ କ୍ରମାଗତ ଉନ୍ନତି ହେଉଥିଲା ।

କିନ୍ତୁ ହଠାତ୍ ରବିବାର ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ହୃଦଘାତ, ସ୍ନାୟୁ ରୋଗ, ମଧୁମେହ ଏବଂ କିଡନୀ ବିଶେଷଜ୍ଞଙ୍କ ସମେତ ବରିଷ୍ଠ ଡାକ୍ତରଙ୍କ ଟିମ୍ କଲ୍ୟାଣ ସିଂହଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି । ବିଶେଷଜ୍ଞମାନେ ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡ ଏବଂ ତାଙ୍କର ଦୈନିକ ଯାଞ୍ଚ ଉପରେ ନଜର ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.