ସରକାରଙ୍କ ସବୁଠୁ ବଡ଼ ନିଷ୍ପତ୍ତି : ଅବୈଧ ସମ୍ପର୍କ ରଖୁଥିବା ବିବାହିତ ପୁରୁଷଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | November 07, 2019 IST

ଲକ୍ଷ୍ନୌ ୭/୧୦ : ଟ୍ରିପଲ ତଲାକ ଭଳି କୁପ୍ରଥା ବିରୋଧରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ସରକାର ପୂର୍ବରୁ ନିଷ୍ପତ୍ତି ନେଇ ସାରିଛି। ଏହା ପରଠୁ ମୁସଲିମ ସମାଜ ଏହାକୁ ନେଇ ବିଭାଜିତ ହୋଇଛି। ଗୋଟିଏ ପକ୍ଷ ଏହାକୁ ଠିକ୍ କହୁଥିବାବେଳେ ଅନ୍ୟ ପକ୍ଷ ଏହାକୁ ବିରୋଧ କରି ସ୍ବର ଉତ୍ତୋଳନ କରିଛନ୍ତି।

{"id":180302,"width":583,"height":381}

ଗତକାଲି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରି ଟ୍ରିପଲ ତଲାକ ପୀଡ଼ିତା ମହିଳାଙ୍କ ପକ୍ଷରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ଏହି ମହିଳାଙ୍କ ଦୁଃଖ ଯନ୍ତ୍ରଣା ଶୁଣିଥିଲେ ଏବଂ ତାଙ୍କୁ ୬ ହଜାର ଟଙ୍କାର ଅନୁକମ୍ବା ଦେବାର ଘୋଷଣା କରିଥିଲେ। ଏହା ସହିତ ସେ ମହିଳାଙ୍କ ପକ୍ଷରେ ମୋକଦ୍ଦମା ଲଢ଼ିବା କଥା ମଧ୍ୟ କହିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି ଘୋଷଣା ଶୁଣି ମୁସଲିମ ମହିଳାମାନେ ଆଶ୍ବସ୍ତି ଲାଭ କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଯୋଗୀ କେବଳ ମୁସଲିମଙ୍କ ପାଇଁ ନୁହେଁ ବରଂ ହିନ୍ଦୁ ବିବାହିତ ପୁରୁଷଙ୍କ ପାଇଁ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯେଉଁ ବିବାହିତ ପୁରୁଷମାନେ ଅନୈତିକ ସମ୍ପର୍କ ରଖୁଛନ୍ତି ଯୋଗୀ ତାଙ୍କ ପାଇଁ ଏକ କଡ଼ା ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବା କଥା କହିଥିଲେ।\

{"id":180303}

ଲକ୍ଷ୍ନୌରେ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିବାହ ପରେ ଅବୈଧ ସମ୍ପର୍କ ରଖୁଥିବା ହିନ୍ଦୁ ପୁରୁଷଙ୍କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଥିଲେ ଯେ ବିବାହ କରିବା ପରେ ଅନ୍ୟ ମହିଳାଙ୍କ ସହ ସମ୍ବନ୍ଧ ରଖୁଥିବା ବ୍ୟକ୍ତିଙ୍କୁ ସରକାର ଦଣ୍ଡିତ କରିବେ। ଯେଉଁ ପୁରୁଷମାନେ ପ୍ରଥମ ପତ୍ନୀ ରହିଥିବା ସତ୍ବେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖୁଛନ୍ତି ଏବଂ ଏଥିପାଇଁ ନିଜ ପତ୍ନୀଙ୍କୁ ପ୍ରମାଣିତ କରୁଛନ୍ତି, ତାଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏପରି ହିନ୍ଦୁ ପୁରୁଷଙ୍କୁ ମଧ୍ୟ ସରକାର ଦଣ୍ଡିତ କରିବେ।

ଉତ୍ତରପ୍ରଦେଶରେ ଅଧିକାଂଶ ଅପରାଧିକ ମାମଲା ଅବୈଧ ସମ୍ପର୍କ ସହ ଜଡ଼ିତ ହୋଇଥାଏ। ହଜାର ହଜାର ପରିବାର ଏହି କାରଣରୁ ବରବାଦ ହୋଇ ଯାଇଥାଆନ୍ତି। ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଗଲେ ଏପରି ଘଟଣା ଦିନକୁ ଦିନ କମିବାରେ ଲାଗିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.