Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

କେଜ୍ରିଓ୍ବାଲଙ୍କ ଉପରେ ବର୍ଷିଲେ ଯୋଗୀ, କହିଲେ- ଲକଡାଉନ୍‌ରେ ପ୍ରବାସୀଙ୍କୁ ଘଉଡ଼ାଇଲେ, ଏବେ ନିର୍ବାଚନ ପାଇଁ ମନେପଡ଼ୁଛି ୟୁପି

26/10/2021 at 5:07 PM

ଲକ୍ଷ୍ନୌ ୨୬/୧୦: ନିର୍ବାଚନ ଯେତିକି ପାଖଉଛି ରାଜନୀତି ସେତିକି ତେୁଜଛି। ଉତ୍ତରପ୍ରଦେଶରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ତୀବ୍ର ହୋଇଛି। ଲୋକଙ୍କ ପାଇଁ ଭଲ କାର୍ଯ୍ୟ କରୁନଥିବା ନେଇ ନେତାମାନେ ପରଷ୍ପର ବିରୋଧରେ ଅଭିଯୋଗ ଆଣୁଛନ୍ତି। ଏହାରି ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍‌ ମଙ୍ଗଳବାର ‘ମୁଖ୍ୟମନ୍ତ୍ରୀ ତୀର୍ଥ ଯାତ୍ରା ଯୋଜନା’ ମାଧ୍ୟମରେ ଦିଲ୍ଲୀବାସୀଙ୍କୁ ମାଗଣା ଅଯୋଧ୍ୟା ବୁଲାଇବେ ବୋଲି ଘୋଷଣା କରିଛନ୍ତି । ତାଙ୍କର ଏହି ଘୋଷଣା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୋରଦାର ବର୍ଷିଛନ୍ତି।

ଯୋଗୀ କହିଛନ୍ତି, ଲକଡାଉନ୍‌ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍‌ ପ୍ରବସୀ ଶ୍ରମିକଙ୍କୁ ଘଉଡ଼ାଇଲେ ଆଉ ଏବେ ନିର୍ବାଚନ ସମୟରେ ଉତ୍ତରପ୍ରଦେଶ ମନେ ପଡ଼ୁଛି। ଯେତେବେଳେ ସମୟ ଥିଲା ସେ ୟୁପି ଏବଂ ବିହାରର ପ୍ରବାସୀଙ୍କୁ ଅଟକାଇପାରିଲେ ନାହିଁ। ସେମାନଙ୍କ ପାଇଁ ରହିବା- ଖାଇବା ବ୍ୟବସ୍ଥା କରିପାରିଲେ ନାହିଁ। ଏବେ ସେମାନଙ୍କ ପାଇଁ ମାଗଣା ସେବା ଯୋଗାଇବା ନାଁରେ ନିର୍ବାଚନୀ ଫାଇାଦା ନେବାକୁ ଚାହୁଁଛନ୍ତି ବୋଲି ଯୋଗୀ ଅଭିଯୋଗ ଆଣିଛନ୍ତି।

ଏହା ସହ ଯୋଗୀ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ କେଜ୍ରିଓ୍ବାଲ ଭଗବାନ ରାମଙ୍କୁ ଗାଳି କରୁଥିଲେ କିନ୍ତୁ ଆଜି ଯେତେବେଳେ ଲାଗୁଛି ରାମଙ୍କ ବିନା କିଛି ସମ୍ଭବ ନୁହେଁ ସେତେବେଳେ ଅଯୋଧ୍ୟାରେ ରାମ ଦର୍ଶନ ପାଇଁ ଆସୁଛନ୍ତି। ଠିକ୍‌ ଅଛି, ଅତିକମରେ ରାମଙ୍କ ଅସ୍ତିତ୍ବକୁ ତ ସ୍ବୀକାର କଲେ। ଏହା ପୂର୍ବରୁ ଯୋଗୀ କହିଥିଲେ, ଲକଡାଉନ ସମୟରେ ସପା, ବସପା ଏବଂ କଂଗ୍ରେସ ଲୋକ ଆଇସୋଲେସନ୍‌ରେ ଥିଲେ । ତେଣୁ ଏବେ ୟୁପି ନିର୍ବାଚନ ସମୟରେ ସେମାନଙ୍କୁ ଆଇସୋଲେସନ୍‌ରେ ରଖିବାକୁ ହେବ।   

   Related Posts