Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ହାଥରସ ମାମଲା: ଏସ୍‌ପି ଓ ଜିଲ୍ଲାପାଳଙ୍କ ଉପରେ ଯୋଗୀ ଖପ୍ପା, ନେଇପାରନ୍ତି ଆକ୍ସନ, ସିଏମଓ ମାଗିଲେ ରିପୋର୍ଟ

2/10/2020 at 6:06 PM

ହାଥରସ ୦୨।୧୦: ହାଥରସରେ ଦଳିତ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଯୋଗୀ ସରକାର ବ୍ୟାକଫୁଟ୍‌ରେ। ଏହି ମାମଲାରେ ଆରମ୍ଭରୁ ପୋଲିସ ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି। ଉଭୟ ପୋଲିସ ଅଧୀକ୍ଷକ ଓ ଜିଲ୍ଲାପାଳ ଯେଉଁଭଳି ଭାବେ ଏହି ମାମଲାକୁ ପରିଚାଳନା କଲେ ସେଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖପ୍ପା। ଏବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସିଧାସଳଖ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ଶୀଘ୍ର ମୁଖ୍ୟମନ୍ତ୍ରୀ ଏସପି ବିକ୍ରାନ୍ତ ବୀର ଓ ଡିଏମ ପ୍ରବୀଣ କୁମାର ଲକ୍ଷକାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି।

ସୂଚନା ଅନୁଯାୟୀ ପୂରା ମାମଲାରେ ଡିଏମ ଓ ଏସପିଙ୍କ ଭୂମିକାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଅସନ୍ତୋଷ ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଦୁଇ ଅଧିକାରୀଙ୍କ ଭୂମିକା ଉପରେ ରିପୋର୍ଟ ମାଗିଛନ୍ତି। କୁହାଯାଉଛି ଯେ କୌଣସି ସମୟରେ ଦୁଇ ଅଧିକାରୀଙ୍କୁ ନିଲମ୍ବନ କରାଯାଇପାରେ। ହାଥରସର ଜିଲ୍ଲାପାଳ ପ୍ରବୀଣ କୁମାର ଲକ୍ଷକାରଙ୍କ ଉପରେ ପୀଡିତାଙ୍କ ପରିଜନ ଗମ୍ଭୀର ଅଭିଯୋଗ କରିଛନ୍ତି।

ଗୁରୁବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓରେ ଜିଲ୍ଲାପାଳ ପୀଡିତାଙ୍କ ପରିବାରକୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ଜିଲ୍ଲାପାଳ କହୁଛନ୍ତି, ମିଡିଆ ତ ଚାଲିଯିବେ, କିନ୍ତୁ ଜିଲ୍ଲା ପ୍ରଶାସନ ଏଠାରେ ହିଁ ରହିବେ। ପୀଡିତାଙ୍କ ପରିଜନ ଅଭିଯୋଗ କରିଛନ୍ତି ଯେ, କେସ୍‌ ରଫା ଦଫା କରିବାକୁ ଆମ ଉପରେ ଚାପ ପକାଯାଉଛି। ପୀଡିତାଙ୍କ ଅନ୍ତିମ ସଂସ୍କାରକୁ ନେଇ ମଧ୍ୟ ହାଥରସ ପ୍ରଶାସନ ଉପରେ ବଡ ପ୍ରଶ୍ନ ଉଠିଛି। ପୀଡିତାଙ୍କୁ ରାତି ଅଧିଆ ପ୍ରାୟ ୨ଟା ୩୦ରେ ଅନ୍ତ୍ୟେଷ୍ଟି କରାଯାଇଥିଲା। ପରିଜନଙ୍କ ଅନୁରୋଧକୁ ମଧ୍ୟ କର୍ତ୍ତୃପକ୍ଷ ଶୁଣିନଥିଲା।

ଅନ୍ୟପଟେ ଏହି ଘଟଣାରେ ସରକାରଙ୍କୁ ହେଉଥିବା କଠୋର ସମାଲୋଚନା ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୀରବତା ଭାଙ୍ଗି କହିଛନ୍ତି ଯେ, ମା ଓ ଭଉଣୀଙ୍କ ସୁରକ୍ଷା ଏବଂ ସମ୍ମାନ ସର୍ବୋପରି। ଦୋଷୀମାନଙ୍କୁ ଏମିତି ଦଣ୍ଡ ମିଳିବ ଯାହା ଭବିଷ୍ୟତ ପାଇଁ ଉଦହାରଣ ସୃଷ୍ଟି କରିବ।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୪ରେ ହାଥରସ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା। ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ପୀଡିତାଙ୍କ ଜିଭ କାଟି ଦେଇଥିଲେ ଏବଂ ମେରୁଦଣ୍ଡର ହାଡ ଭାଙ୍ଗି ଦେଇଥିଲେ। ପୀଡିତାଙ୍କ ନଅ ଦିନ ପରେ ଚେତା ଆସିଥିଲା। ସ୍ଵାସ୍ଥ୍ୟବସ୍ଥା ବିଗିଡିବାରୁ ଦିଲ୍ଲୀ ହସ୍ତାନ୍ତର କରାଯାଇଥିଲା। ହେଲେ ୧୫ ଦିନ ଜୀବନ ମରଣ ସହ ସଂଘର୍ଷ ପରେ ଶେଷରେ ମଙ୍ଗଳବାର ସକାଳେ ପୀଡିତା ଆଖି ବୁଜିଥିଲେ। ଏହି ମାମଲାରେ ପ୍ରଥମରୁ ହିଁ ପୋଲିସର ଭୂମିକା ସନ୍ଦେହ ଘେରରେ ରହିଛି।

   Related Posts