Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଆଗାମୀ ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିପାରନ୍ତି ଯୋଗୀ ଆଦିତ୍ୟନାଥ, ସିଟ୍‌ ଛାଡ଼ିବାକୁ ପ୍ରସ୍ତୁତ ବର୍ତ୍ତମାନର ବିଧାୟକ

25/07/2021 at 8:57 PM

ଅଯୋଧ୍ୟା୨୫/୭: ୨୦୨୨ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ଲଢ଼ିପାରନ୍ତି। ଯୋଗୀଙ୍କ ପାଇଁ ଅଯୋଧ୍ୟାର ବିଧାୟକ ସିଟ୍‌ ଛାଡ଼ିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ଏନେଇ  ରାଜ​‌ନୈତିକ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏଥିରେ କେତେ ସତ୍ୟତା ରହିଛି ଏନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ରବିବାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଅଯୋଧ୍ୟା ବିଧାୟକ ବେଦ ପ୍ରକାଶ ଗୁପ୍ତାଙ୍କୁ ଯୋଗୀଙ୍କ ନିର୍ବାଚନ ଲଢ଼ିବାକୁ ନେଇ ପ୍ରଶ୍ନ ପଚରାଯାଇଥିଲା। ଅଯୋଧ୍ୟାରୁ ଯୋଗୀ ଆଦିତ୍ୟନାଥ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ବିଧାୟକ ଖୁସୀ ବ୍ୟକ୍ତ କରିଛନ୍ତି ।

ବିଧାୟକଙ୍କ ଅନୁସାରେ, ଯଦି ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ନିର୍ବାଚନ ଲଢ଼ନ୍ତି ତେବେ ସେ ତାଙ୍କ ପାଇଁ ସିଟ୍‌ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିଲେ ଅଯୋଧ୍ୟାବସୀଙ୍କ ପାଇଁ ତାହା ଗର୍ବର ବିଷୟ ବୋଲି  ବିଧାୟକ ବେଦପ୍ରକାଶ କହିଛନ୍ତି। କିନ୍ତୁ ପରେ ୨୦୨୨ରେ କିଏ କେଉଁଠୁ ନିର୍ବାଚନ ଲଢ଼ିବେ ତାହା ଦଳ ନିଷ୍ପତ୍ତି ନେବ । ଯଦି ଅଯୋଧ୍ୟାରୁ ଯୋଗୀ ନିର୍ବାଚନ ଲଢ଼ିବେ ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ବୋଲି କହିଛନ୍ତି ବେଦପ୍ରକାଶ। 

ସେପଟେ ଯୋଗୀ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବାକୁ ନେଇ ରାଜନୈତିକ ମହଲରେ ଭିନ୍ନ ମତ ପ୍ରକାଶ ପାଉଥିବା ବେଳେ ବିରୋଧୀ ଏହାକୁ ନେଇ ଟିପ୍ପଣୀ କରିବା ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୬ ବର୍ଷ ବୟସରେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ।

ସେ ୧୯୯୮ରେ ପ୍ରଥମ ଥର ନିର୍ବଚନ ଜିତି ୧୨ତମ ଲୋକସଭାର ସବୁଠୁ ଯୁବ ସାଂସଦ ହୋଇଥିଲେ। ଗୋରଖପୁରରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ଯୋଗୀ ଆଦିତ୍ୟନାଥ ବହୁତ କମ୍‌ ଭୋଟ ବ୍ୟବଧାନରେ ନିର୍ବାଚନ​‌ରେ ବିଜୟୀ ହୋଇଥିଲେ। କିନ୍ତ ତାପରଠୁ ପ୍ରତି ନିର୍ବାଚନରେ ତାଙ୍କ ଭୋଟ ବ୍ୟବଧାନ ବଢ଼ି ବଢ଼ି ଚାଲିଛି। ଗୋରଖପୁରରୁ ଏବେ ସୁଦ୍ଧା ୫ ଥର ସାଂସଦ ନିର୍ବାଚିତ ହୋଇସାରିଛନ୍ତି ଯୋଗୀ ଆଦିତ୍ୟନାଥ ।  

   Related Posts