ଜମାତିଙ୍କ ଦୁର୍ବ୍ୟବହାର ଉପରେ କଠୋର ହେଲେ ଯୋଗୀ, କହିଲେ କାନୁନ କେମିତି ପାଳନ କରାଯାଏ ତାହା ଶିଖାଇ ଦେବୁ

Published By : Prameya-News7 Bureau | April 03, 2020 IST

ଲକ୍ଷ୍ନୌ ୦୩।୦୪: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାଜିଆବାଦର  ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଥିବା ତବଲିଗି ଜମାତର  ଲୋକଙ୍କ ଦ୍ଵାରା ହୋଇଥିବା ଦୁର୍ବ୍ୟବହାର ଉପରେ କଠୋର ଆଭିମୁଖ୍ୟ ଆପଣେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନର ଆଦେଶ ଦେଇ କହିଛନ୍ତି ଯେ, ଏମିତି ପ୍ରବୃତିର ଲୋକଙ୍କ ସହିତ ପୂରା କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ କାନୁନ କେମିତି ପାଳନ କରାଯାଏ ତାହା ସେମାନଙ୍କୁ ଶିଖାଇବୁ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାଜିଆବାଦ ଘଟଣା ବିଷୟକୁ ଗୁରୁତ୍ଵ ଦେଇ କହିଛନ୍ତି, ଯାହା କଡା କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ସବୁ କରାଯିବ। ଗାଜିଆବାଦରେ ଯେଉଁ ଲୋକ ଏମିତି ବ୍ୟବହାର କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅ ଏବଂ ଆଇନର କେମିତି ପାଳନ କରାଯାଏ ତାହା ଶିଖାଅ। ଉଲ୍ଲେଖଯୋଗ୍ୟ, ଗାଜିଆବାଦର ଏମଏମଜି ହସ୍ପିଟାଲରେ ଭର୍ତ୍ତି ଜମାତିଙ୍କ ଦ୍ଵାରା କ୍ରମାଗତ ହସ୍ପିଟାଲ କର୍ମଚାରୀଙ୍କ ସହିତ ଦୁର୍ବ୍ୟବହାର କରାଯିବା ମାମଲା ସାମ୍ନାକୁ ଆସିଛି। ଏହି ଲୋକ ନର୍ସଙ୍କ ସାମ୍ନାରେ ପୋଷାକ ବଦଳାଇବା ବାହାନାରେ ସଂପୂର୍ଣ୍ଣ ଉଲଗ୍ନ ହୋଇ ଯାଉଛନ୍ତି। ଅଶ୍ଳୀଳ ବ୍ୟବହାର କରିବା ସହିତ ସେମାନେ ବିଡି,  ସିଗାରେଟ୍‌ ମଧ୍ୟ ମାଗୁଛନ୍ତି।

{"id":248474,"width":578,"height":325,"sizeSlug":"large"}

ଯୋଗୀ କରୋନା ଭାଇରସ୍‌ ବିରୋଧରେ ଜାରି ଲଢେଇ ବିଷୟରେ କହିଛନ୍ତି ଯେ, ଯେମିତି ଆମେ ଇନସେଫାଲାଇଟିସ୍‌ ସହ ଲଢି ଜିତିଛେ ସେମିତି କରୋନା ବିରୋଧୀ ଲଢେଇରେ ମଧ୍ୟ  ଜିତିବୁ। କେବଳ ଏତିକି ନୁହଁ ଆମକୁ ଆଗାମୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରହିବାକୁ ପଡିବ। ଲ୍ୟାବ୍‌ ଓ ଇନଫ୍ରାଷ୍ଟ୍ରକଚରକୁ ମଜବୁତ ରଖିବା ଉଚିତ୍।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର  ନିଜାମୁଦ୍ଦିନ ମରକଜରେ ହୋଇଥିବା ତବଲିଗି ଜମାତର କାର୍ଯ୍ୟକ୍ରମ ପରେ ଦେଶରେ କରୋନାର ହଜାର ହଜାର ମାମଲା ଆସିବାର ଆଶଙ୍କା କରାଯାଉଛି। ଏଥିରେ ଏବେ ସୁଦ୍ଧା ୪୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି। ନିଜାମୁଦ୍ଦିନ ମରକଜରୁ ୨ ରୁ ୩ ହଜାର ଲୋକଙ୍କୁ ବାହାର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.