Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

କରୋନାକୁ ନେଇ ଅଖିଳେଶଙ୍କୁ ଏମିତି ତାତ୍ସଲ୍ୟ କଲେ ଯୋଗୀ, କହିଲେ- ଅବ୍ବାଜାନ ତ ନେଲେଣି, ଆଉ କାହାକୁ ଅପେକ୍ଷା…

6/12/2021 at 5:20 PM

ଆଜମଗଡ଼ ୦୬/୧୨ : ଅଖିଳେଶ ଯାଦବଙ୍କୁ ପୁଣି ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଜମଗଡ଼ରେ ଏକ ଶିଳାନ୍ୟାସ ଓ ଲୋକାର୍ପଣ ଉତ୍ସବରେ ଜନତାଙ୍କୁ ଉଦବୋଧନ ଦେବା ସମୟରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶଙ୍କୁ ଯୋଗୀ ଆଦିତ୍ୟନାଥ କଟାକ୍ଷ କରିଛନ୍ତି । ସେ କହିଛନ୍ତି ବିରୋଧିମାନେ କରୋନା ଟିକାକୁ ମୋଦୀ ଓ ବିଜେପି ଟିକା ବୋଲି କହୁଥିଲେ। ଏବେ କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ଏବେତ ଟିକା ନିଅନ୍ତୁ। ଆପଣଙ୍କ ବାପା ମଧ୍ୟ ଟିକା ନେଇ ସାରିଲେଣି। ଭ୍ୟାକ୍ସିନ ନେବା ପରେ ହୋଇପାରେ ଆପଣଙ୍କ ମୁହଁରୁ ସତ ଶୁଣିବାକୁ ମିଳିବ। ସେ ଅଖିଳେଶଙ୍କୁ କଟାକ୍ଷ କରି କହିଛନ୍ତି ଆମେ ଯେତେବେଳେ କରୋନା ସଂକ୍ରମିତଙ୍କ ଦୁଃଖ ବୁଝୁଥିଲୁ ସେତେବେଳେ ଅଖିଳେଶ ଇଂଲଣ୍ଡରେ ମସ୍ତି କରୁଥିଲେ ।

ଏହି ଅବସରରେ ଆଜମଗଡ଼ରେ ମୁଖ୍ୟମନ୍ତ୍ରୀ ଯୋଗୀ ୭୬.୧୪କୋଟି ଟଙ୍କାର ବିଭିନ୍ନ ଜନହିତକର ଯୋଜନାର ଶିଳାନ୍ୟାସ ଓ ଲୋକାର୍ପଣ କରିବା ସହ ହିତାଧିକାରୀମାନଙ୍କୁ ଏହାର ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସମସ୍ତ ଦେଶବାସୀ ଓ ଉତ୍ତରପ୍ରଦେଶର ସମସ୍ତ ୨୫ କୋଟି ନାଗରିକଙ୍କୁ ତାଙ୍କର ପରିବାର ବୋଲି କହିଛନ୍ତି। ଆଜମଗଡ଼ରେ ବିମାନ ବନ୍ଦର ହେବା ସହ ଖୁବ ଶୀଘ୍ର ବିମାନ ସେବା ଆରମ୍ଭ କରିବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି। ଏହି କାମ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦି ପାର୍ଟି, ଓ ଜାତୀୟ କଂଗ୍ରେସ କରିପାରି ନଥିବା ଯୋଗୀ କହିଛନ୍ତି।

   Related Posts