Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ପିତାଙ୍କ ପରଲୋକ ପରେ ବି ବୈଠକ ଜାରି ରଖିଲେ ଯୋଗୀ ଆଦିତ୍ୟନାଥ, କଲେ ନାହିଁ ଅନ୍ତିମ ଦର୍ଶନ

20/04/2020 at 3:19 PM

ନୂଆଦିଲ୍ଲୀ ୨୦।୦୪: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ବିଷ୍ଟଙ୍କ ଦେହାନ୍ତ ଘଟିଛି। ସୋମବାର ସକାଳେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁୟଟ୍ସ ଅଫ ମେଡିକାଲ ସାଇନ୍ସ(AIIMS)ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କର ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଥିଲା ଏବଂ  ଭେଣ୍ଟିଲଟରରେ ରଖାଯାଥିଲା। ପିତାଙ୍କ ନିଧନ ଖବର ମିଳିବା ପରେ ମଧ୍ୟ ଯୋଗୀ ଆଦିତ୍ୟନଥ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ଵ ପୂରା କରିଥିଲେ ଏବଂ  ବୈଠକ ଛାଡି ଯାଇନଥିଲେ। ଏହା ସହିତ ସେ ପିତାଙ୍କ ଅନ୍ତିମ ଦର୍ଶନ କରି ପାରି ନାହାନ୍ତି ଏବଂ ଅନ୍ତିମ ସଂସ୍କାରରେ ମଧ୍ୟ ସାମିଲ ହୋଇ ପାରିବେ ନାହିଁ।  

ଯେବେ ପିତାଙ୍କ ନିଧନ ହେଲା, ସେହି ସମୟରେ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଥିଲେ। ସେ ନିଜର କୋର୍ ଟିମଙ୍କ ସହ ଲକ୍‌ଡାଉନ୍‌ରେ କୋହଳ ଏବଂ ଆଗାମୀ କାର୍ଯ୍ୟପନ୍ଥାକୁ ନେଇ ଆଲୋଚନା କରୁଥିଲେ। ସୂତ୍ର ମୁତାବକ, ବୈଠକ ଚାଲିଥିବା ବେଳେ ତାଙ୍କୁ ଏହି ଦୁଃଖଦ ଖବର ଦିଆଯାଇଥିଲା। ମାତ୍ର ସେ ବିଚଳିତ  ହୋଇନଥିଲେ ଏବଂ ବୈଠକ ପୂରା କରିବା ପରେ ହିଁ ଉଠିଥିଲେ। ବୈଠକରେ ସେ ଅଧିକାରୀଙ୍କୁ କୋଟାରୁ ଫେରିଥିବା ପିଲାଙ୍କ ହୋମ କ୍ଵାରେଣ୍ଟାଇନ୍‌ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମୋବାଇଲରେ Aarogya Setu ଆପ୍ ଡାଉନ୍‌ଲୋଡ୍‌ କରାଇବା ପରେ ତାଙ୍କୁ ଘର ପଠାଯାଉ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  କରୋନା ମହାମାରୀ ଲଢେଇର ଦାୟିତ୍ଵକୁ ସର୍ବୋପରି କହି ନିଜ ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ପାରିବେ ନାହିଁ ବୋଲି କହିଛନ୍ତି। ଏହା ସହିତ ସେ ନିଜର ମା ଓ ଅନ୍ୟ ପରିଜନଙ୍କୁ ଅପିଲ୍ କରିଛନ୍ତି ଯେ, ଏପ୍ରିଲ ୨୧ରେ ହରିଦ୍ଵାରରେ ହେବାକୁ ଥିବା ଅନ୍ତିମ ସଂସ୍କାରରେ ସାମଜିକ ଦୂତତ୍ଵର ପାଳନ କରି କମ ଲୋକଙ୍କୁ ସାମିଲ କରାଇବେ। ସେ ନିଜ ମାଙ୍କୁ ଲକ୍‌ଡାଉନ୍‌ ଶେଷ ହେବା ପରେ ନିଜେ ଦେଖିବାକୁ ଯିବେ ବୋଲି କହିଛନ୍ତି।

୮୯ ବର୍ଷୀୟ ଆନନ୍ଦ ବିଷ୍ଠଙ୍କ ଚିକିତ୍ସା ଏମ୍ସର ଗ୍ୟାଷ୍ଟ୍ରୋ ଡିପାର୍ଟମେଣ୍ଟରେ ଚାଲିଥିଲା। ଡାକ୍ତରଙ୍କ ଅନୁଯାୟୀ ତାଙ୍କୁ କିଡନୀ ଓ ଲିଭର ସମସ୍ୟା ଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ଡାୟଲିସିସ୍ ମଧ୍ୟ ଚାଲିଥିଲା। ତାଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ପୈତୃକ ଗାଁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବିଷ୍ଠଙ୍କ ନିଧନ ଘଟିଥିଲା। ରାଜ୍ୟ ମୁଖ୍ୟ ଅତିରିକ୍ତ ସଚିବ ଅବନିଶ ଅବସ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ନିଧନ ଆଜି ସକାଳ ୧୦ଟା ୪୪ ମିନିଟରେ ଘଟିଛି।

   Related Posts