Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଚୟନ ହୋଇଛନ୍ତି ଯୋଗୀ ଆଦିତ୍ୟନାଥ

26/05/2020 at 10:23 AM

ଲକ୍ଷ୍ନୌ ୨୬/୦୫ : ଫେମ ଇଣ୍ଡିଆ ମାଗାଜିନର ‘୫୦ ପ୍ରଭାବଶାଳୀ ଭାରତୀୟ ୨୦୨୦’ ତାଲିକାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି | ନିଜର ସଚ୍ଚୋଟ ବ୍ୟକ୍ତିତ୍ୱ, କଠୋର ନିର୍ଣ୍ଣୟ କ୍ଷମତା ଏବଂ ଦୃଢ ମନୋଭାବ ଆଧାରରେ ସେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି | ଟପ ୫୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ରାଜନେତା, ଉଦ୍ୟୋଗପତି, ଅଭିନେତା, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବ୍ୟୁରୋକ୍ରାଟ୍ସ ମଧ୍ୟ ସାମିଲ ଅଛନ୍ତି | ଯୋଗୀ ଆଦିତ୍ୟନାଥ ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିଜର ପ୍ରଭାବଶାଳୀ ନେତୃତ୍ୱ ଦ୍ୱାରା ପଛରେ ଏହି ତାଲିକାରେ ନିଜ ସ୍ଥାନ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି |

ଓଭରଅଲ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ସ୍ଥାନରେ ଅଛନ୍ତି | ଦ୍ୱିତୀୟ ସ୍ଥାନରେ ଅଛନ୍ତି ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ | ଗୃହମନ୍ତ୍ରୀ ଅମିତ ଶାହ ଅଛନ୍ତି ତୃତୀୟ ସ୍ଥାନରେ | ଏହି ତାଲିକାରେ ଦେଶର ୮ ଜଣ ମୁଖ୍ୟମନ୍ତ୍ରୀ ଚୟନ ହୋଇଛନ୍ତି | ଟପ ୧୦ ର ଷଷ୍ଠ ସ୍ଥାନରେ ଅଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ | ଦଶମ ସ୍ଥାନରେ ଅଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

ସର୍ଭେରେ ସାମିଲ ହୋଇଥିବା ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦ୍ୱାଦଶ ସ୍ଥାନରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୩ତମ ସ୍ଥାନରେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୧୭ତମ ସ୍ଥାନରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ୩୦ତମ ସ୍ଥାନ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରୀନ୍ଦ୍ର ସିଂହ ୩୧ତମ ସ୍ଥାନରେ ଅଛନ୍ତି |

ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାଖାପାଖି ୯୯.୬ ପ୍ରତିଶତ ଜନତା ଜନନାୟକ ଏବଂ ପ୍ରଭାବଶାଳୀ ବ୍ୟକ୍ତି ବୋଲି ସ୍ୱୀକାର କରିଛନ୍ତି | ଯୋଗୀ ଆଦିତ୍ୟନାଥ ୯୭ ପ୍ରତିଶତ ଜନତାଙ୍କ ରାୟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି | ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥଙ୍କ ଏହା ପ୍ରଥମ ଟର୍ମ | ଜନତାଙ୍କ ପାଖରେ ଯୋଗୀଙ୍କ ଛବି ଅତ୍ୟନ୍ତ ଲୋକପ୍ରିୟ |  

   Related Posts