Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ନୂଆ ଜନସଂଖ୍ୟା ନୀତି ଲାଗୁ କଲେ ଉତ୍ତରପ୍ରଦେଶ ସରକାର, ଲୋକସଂଖ୍ୟା ନିୟନ୍ତ୍ରଣରେ ସହଯୋଗ କଲେ ମିଳିବ ଏହି ସବୁ ସୁବିଧା

11/07/2021 at 4:27 PM

ଲକ୍ଷ୍ନୌ ୧୧/୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ରାଜ୍ୟରେ ଜନସଂଖ୍ୟା ନୀତି ୨୦୨୧-୩୦ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ଦ୍ଧିତ ଜନସଂଖ୍ୟା ବିକାଶରେ ବାଧକ ସାଜିପା​‌ରେ। ସମୟ ସମୟରେ ଏହାକୁ ନେଇ ଚିନ୍ତା କରାଯାଇଛି। ଗତ ୪ ଦଶକରେ ଜନସଂଖ୍ୟାକୁ ନେଇ ଅନେକ ଚର୍ଚ୍ଚା ହୋଇଛି। ଯେଉଁ ଦେଶ ଏବଂ ରାଜ୍ୟରେ ଜନସଂଖ୍ୟା କମ୍‌ କରିବା ଦିଗରେ କାର୍ଯ୍ୟ କରାଯାଇଛି ସକରାତ୍ମକ ଫଳ ଦେଖିବାକୁ ମିଳିଛି ବୋଲି ଆଦିତ୍ୟନାଥ କହିଛନ୍ତି।

ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସିଏମ ଜନସଂଖ୍ୟା ସ୍ଥିରତା ପତ୍ରିକା ଉଦଘାଟନ କରିଛନ୍ତି। ଯୋଗୀ ଆଦିତ୍ୟନାଥ କହିଛନ୍ତି, ଗରିବୀର ଏକ ବଡ଼ କାରଣ ଜନସଂଖ୍ୟା। ନୂଆ ଜନସଂଖ୍ୟା ନୀତିରେ ପ୍ରତି ବର୍ଗ ଉପରେ ଧ୍ୟାନ ରଖାଯିବ। ଦେଶରେ ବଢ଼ୁଥିବା ଜନସଂଖ୍ୟାକୁ ନେଇ ଆମେ ଚିନ୍ତା କରିବା ଦରକାର ବୋଲି ୟୁପି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନୂଆ ନୀତି ଜରିଆରେ ଗର୍ଭ ନିରୋଧକ ପ୍ରକ୍ରିୟାର ସୁଲଭ ଉପଲବ୍ଧତା ଉପରେ କାର୍ଯ୍ୟ କରିବେ ସରକାର। ସୁରକ୍ଷିତ ଗର୍ଭପାତର ସୁଚିନ୍ତିତ ବ୍ୟବସ୍ଥା ହେବ। ଉନ୍ନତ ଚିକିତ୍ସା ପଦ୍ଧିତ ମାଧ୍ୟମରେ ନବଜାତକ ଏବଂ ମାତୃ ମୃତ୍ୟୁହାର କମ୍‌ କରିବା ସହ ବନ୍ଧ୍ୟାପଣ/ନପୁଂଷତା ସମସ୍ୟାର ସୁଲଭ ସମାଧାନ କରିବା ଦିଗରେ ରାଜ୍ୟ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଜନସଂଖ୍ୟା ବୃଦ୍ଧିର କାରଣ ବିଶେଷ କରି ଗରିବୀ ଏବଂ ଶିକ୍ଷାର ଅଭାବ।

ଯେଉଁମାନେ ଜନସଂଖ୍ୟା ନିୟନ୍ତ୍ରଣ ମାନଦଣ୍ଡକୁ ମାନି ଚଳିବେ ସେମାନଙ୍କୁ ରାଜ୍ୟ ସରକାର ପଦୋନ୍ନତି, ବେତନ ବୃଦ୍ଧି, ଆବସ ଯୋଜନା ଆଦି ଦେବେ। ଦୁଇ ସନ୍ତାନର ମାନଦଣ୍ଡ ମାନୁଥିବା ସରକାରୀ କର୍ମଚାରୀଙ୍କ କାର୍ଯ୍ୟକାଳ ସମୟରେ ଅତିରିକ୍ତ ବେତନ ବୃଦ୍ଧି ହେବ। ଏହା ସହ ୧୨ ମାସ ମାତୃତ୍ବ ଏବଂ ପିତୃତ୍ବ ଅବକାଶ ବାବଦକୁ ସେମାନଙ୍କର ପେନସନରେ ଅତିରିକ୍ତ ୩ ପ୍ରତିଶତ ବୃଦ୍ଧି ହେବ ବୋଲି ଜଣାପଡ଼ିଛି।

ଯେଉଁମାନେ ସରକାରୀ କର୍ମଚାରୀ ହୋଇନଥିବେ ଏବଂ ସେମାନେ ଜନସଂଖ୍ୟା ନିୟନ୍ତ୍ରଣରେ ସହଯୋଗ କରିବେ ସେମାନଙ୍କ ପାଇଁ ବିଭିନ୍ନ କର ମାଫ ହେବ। ଏପରିକି ସେମାନଙ୍କୁ ଏବଂ ତାଙ୍କ ପରିବାରକୁ ୨୦ ବର୍ଷ ଯାଏଁ ମାଗଣା ଚିକିତ୍ସା ମିଳିବ।  

   Related Posts