Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଅବହେଳା ନେଇ ଅଫିସରଙ୍କୁ ଯୋଗୀଙ୍କ ତାଗିଦ୍, ନୋଏଡା ଜିଲ୍ଲାପାଳ କହିଲେ- ମୋତେ ଛୁଟି ଦେଇ ଦିଅନ୍ତୁ

30/03/2020 at 7:04 PM

ନୋଏଡା ୩୦।୦୩: କରୋନା ଭାଇରସର ପ୍ରକୋପ ପୂରା ଦେଶରେ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶରେ ମଧ୍ୟ ମାରାତ୍ମକ ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିଲ୍ଲୀ ନିକଟବର୍ତ୍ତୀ ଗୌତମବୁଦ୍ଧ ନଗର ଜିଲ୍ଲାରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ଏହା ମଧ୍ୟର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୌତମବୁଦ୍ଧ ନଗର ପହଞ୍ଚିଛନ୍ତି। ଏଠାରେ ସେ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଏହି ସମୟରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ମୁଖ୍ୟମନ୍ତ୍ରୀ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ ଅଧିକାରୀଙ୍କୁ କହିଛନ୍ତି ଯେ, ଆପଣମାନେ କାମ ଅଳ୍ପ କରୁଛନ୍ତି ଏବଂ ଅଧିକ କଥା କହୁଛନ୍ତି। ଅନ୍ୟପଟେ ଯୋଗୀଙ୍କ ତାଗିଦ୍‌ ପରେ ନୋଏଡାର ଜିଲ୍ଲାପାଳ ବିଏନ ସିଂହ କହିଛନ୍ତି ଯେ, ମୁଁ ଗୌତମବୁଦ୍ଧ ନଗରର ଜିଲ୍ଲାଧିକାରୀ ରହିବାକୁ ଚାହୁଁନାହିଁ, ମୋତେ ଛୁଟି ଦେଇ ଦିଅନ୍ତୁ।

ଅଧିକାରୀଙ୍କୁ ତାଗିଦ୍ କଲେ ଯୋଗୀ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  ବୈଠକ ସମୟରେ ଅଧିକାରୀଙ୍କ ଉପରେ ଏମିତି ଅସନ୍ତୁଷ୍ଠ ଥିଲେ ଯେ, ବୈଠକରେ  ହିଁ ପ୍ରଶାସନ ଓ ସ୍ଵାସ୍ଥ୍ୟ  ବିଭାଗର ଅଧିକାରୀଙ୍କୁ  ଖୁବ୍ ତାଗିଦ୍ କରିଛନ୍ତି। ଏହା ସହିତ ଦାୟୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ମଧ୍ୟ ସଙ୍କେତ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ କଣ୍ଟ୍ରୋଲ ରୁମ୍ କରିବା ପାଇଁ ଦୁଇ ମାସ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର କେହି ହେଲେ ଧ୍ୟାନ ଦେଲେ ନାହିଁ। ନୋଏଡାର ଯେଉଁ କମ୍ପାନୀ କାରଣରୁ ମାମଲା ଏତେ ବିଗିଡିଲା ତାରି ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ମୁଖ୍ୟମନ୍ତ୍ରୀ ଅଫିସରଙ୍କୁ ତାଗିଦ୍ କରିଛନ୍ତି।

ଡିଏମ ମାଗିଲେ ତିନି ମାସର ଛୁଟି

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ତାଗିଦ୍ ପରେ ଗୌତମବୁଦ୍ଧ ନଗର ଜିଲ୍ଲାଧିକାରୀ ତିନି ମାସର ଛୁଟି ମାଗିଛନ୍ତି। କୁହାଯାଉଛି ଯେ ସେ ଛୁଟିରେ ଚାଲି ଯାଇଛନ୍ତି। ଏହା ପୂର୍ବରୁ ଜିଲ୍ଲାଧିକାରୀ ଏକ ପତ୍ର ଲେଖି ବ୍ୟକ୍ତିଗତ କାରଣରୁ ଗୌତମବୁଦ୍ଧ ନଗରର  ଜିଲ୍ଲାଧିକାରୀ ରହିବାକୁ ଚାହୁଁନଥିବା ଦର୍ଶାଇଛନ୍ତି। ଜିଲ୍ଲାଧିକାରୀ ପଦରୁ ମୋତେ ତିନି ମାସ ପାଇଁ ମୁକ୍ତ କରାଯାଉ। ବର୍ତ୍ତମାନ କୋଭିଡ୍ ୧୯କୁ ଧ୍ୟାନରେ ରଖି କୌଣସି ପ୍ରକାରର ପ୍ରଶାସନିକ ଶିଥିଳତା ନଆସୁ ସେଥିପାଇଁ ଗୌତମବୁଦ୍ଧ ନଗରରେ ଅନ୍ୟ ଅଧିକାରୀଙ୍କୁ ମୁତୟନ କରାଯାଉ।

ବକବାସ ବନ୍ଦ କର

ଡିଏମ ସଫେଇ ଦେବାରୁ ଯୋଗୀ ଆହୁରି କ୍ରୋଧିତ ହୋଇ ନିଜ ନିଜର ବକବାସ୍ ବନ୍ଦ କରନ୍ତୁ ବୋଲି କହିଛନ୍ତି। ସମସ୍ତ ଏହି ପରି  ବକବାସ୍ କରି ମାହୋଲକୁ ଖରାପ କରି ଦେଇଛ। ଦାୟିତ୍ଵ ନିର୍ବାହ କରିବା ପରିବର୍ତ୍ତେ ଜନେ ଅନ୍ୟ ଜଣଙ୍କ ଉପରେ ଦୋଷ ଲଦୁଛ।

   Related Posts