ବିହାର ନିର୍ବାଚନରେ କାମ କଲା ଯୋଗୀ ଫ୍ୟାକ୍ଟର, ଯେଉଁଠି ପ୍ରଚାର କଲେ ସେଠି ବିଜେପିକୁ ମିଳିଲା ଫାଇଦା

Published By : Prameya-News7 Bureau | November 10, 2020 IST

ନୂଆଦିଲ୍ଲୀ ୧୦।୧୧: ବିଜେପିର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଭାବ ପ୍ରତ୍ୟେକ ନିର୍ବାଚନରେ ସ୍ପଷ୍ଟ ଦେଖିବାକୁ ମିଳୁଛି। ଏଥର ବିହାର ବିଧାନସଭା ନିର୍ବାଚନରେ ଯୋଗୀ ଜୋରଦାର ପ୍ରଚାର କରିଛନ୍ତି, ଯାହାର ଫାଇଦା ଏ ପର୍ଯ୍ୟନ୍ତ ଚାଲିଥିବା ଟ୍ରେଣ୍ଡରେ ବିଜେପିକୁ ମିଳୁଥିବା  ସ୍ପଷ୍ଟ ଜଣା ପଡୁଛି। ଫଳସ୍ଵରୂପ ବିହାରରେ ବିଜେପି ସବୁଠୁ ବଡ ପାର୍ଟି ଭାବେ ଆର୍ବିଭାବ ହୋଇଛି। ଏପରିକି ଦଳ ନିଜର ସହଯୋଗୀ ଜେଡିୟୁଠୁ ମଧ୍ୟ ଭୋଟ୍ ମାମଲାରେ ଆଗରେ ରହିଛି। ଯୋଗୀ ଆଦିତ୍ୟନାଥ ରାଜ୍ୟର ଯେଉଁ ଯେଉଁ ଅଞ୍ଚଳରେ ପ୍ରଚାର କଲେ ସେଠି ବିଜେପି ଦମଦାର ପ୍ରଦର୍ଶନ କରିଛି।

ଯୋଗୀ ଆଦିତ୍ୟନାଥ ବିଜେପି ପାଇଁ ୬ ଦିନରେ ମାରାଥନ ୧୮ ରାଲି କରିଥିଲେ। ଏହି ପରି ଦେଖିବାକୁ ଗଲେ ଯୋଗୀ ଗୋଟିଏ ଦିନରେ ୩ ରାଲି କରିଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ବିଜେପିର ଫୋକସ୍ ସେହି ସେହି ସ୍ଥାନରେ ଥିଲା, ଯେଉଁଠି ଦଳ ୨୦୧୫ରେ କ୍ଷତି ସହିଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫୋକସ୍‌ ସେହି  ଅଞ୍ଚଳର ନିର୍ବାଚନ ପ୍ରଚାର ଉପରେ ଥିଲା। ବର୍ତ୍ତମାନ ଉକ୍ତ ଅଞ୍ଚଳରେ ବିଜେପି ବାଜିମାତ୍ କରୁଥିବା ଟ୍ରେଣ୍ଡରୁ ଦେଖିବାକୁ ମିଳିଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୬ ଗୁରୁତ୍ଵପୂର୍ଣ୍ଣ ଆସନରେ ନିର୍ବାଚନ ପ୍ରଚାର କରିଥିଲେ। ଏଥିରେ ଜମୁଇ, କାରାକାଟ, ପାଲିଗଞ୍ଜ, ତରାରି, ଅରଭଲ ଆଦି ସାମିଲ। ଏହି ସବୁ ଆସନରେ ବିଜେପି ଗତ ଥର ପରାଜିତ  ହୋଇଥିଲା। କିନ୍ତୁ ଏହି ଆସନରେ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରଚାର କରିଥିଲେ। ନିର୍ବାଚନ ଆୟୋଗ ଦ୍ଵାରା ୩ଟା ସୁଦ୍ଧା ଜାରି ସୂଚନା ଅନୁଯାୟୀ ଜମୁଇରେ ବିଜେପି ପ୍ରାର୍ଥୀ ଶ୍ରେୟସୀ ସିଂହ ଆଗରେ ରହିଛନ୍ତି। ଅରଭଲରେ ବିଜେପିର ଦୀପକ କୁମାର ଶର୍ମା ଓ ସିପିଆଇ ଏମଏମଏଲର ମହାନନ୍ଦ ସିଂହଙ୍କ ମଧ୍ୟରେ କଡା ମୁକାବିଲା ହେଉଛି। କାରାକାଟରେ ବିଜେପିର ରାଜେଶ୍ଵର ରାଜ ଓ ସିପିଆଇ ଏମଏମଏଲର ଅରୁଣ ସିଂହଙ୍କ ମଧ୍ୟରେ କଡା ଟକ୍କର ରହିଛି।

ଏହା ବ୍ୟତୀତ ଯୋଗୀ ପୂର୍ଣ୍ଣିମା, ସହରସା, ସିବାନା, ଗୋରେୟାକୋଠି, ଭାଗଲପୁର, ଗୋବିନ୍ଦରାଜ, ଝଞ୍ଝାରପୁର ଓ ଦରଭଙ୍ଗାରେ ନିର୍ବାଚନ ପ୍ରଚାର କରିଥିଲେ। ଏଠାରେ ମଧ୍ୟ ଯୋଗୀ ମ୍ୟାଜିକ୍ କାମରେ ଆସିଛି। ୧୮ଟି ଆସନରୁ କେବଳ ବିଜେପି ୧୦ଟିରେ ବିଜୟୀ ହେବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.