Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ପତ୍ନୀ ମିନାକ୍ଷୀଙ୍କ ସବୁ ଦାବି ମାନିଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଓଏସଡିରେ ଚାକିରୀ ଓ କ୍ଷତିପୂରଣ

30/09/2021 at 9:13 PM

ଗୋରଖପୁର ୩୦/୦୯ : ଗୋରଖପୁରରେ ପୋଲିସର ମାଡ ଯୋଗୁଁ ପ୍ରାଣ ହରାଇଥିବା ପ୍ରପର୍ଟି ଡିଲର ମନୀଷ ଗୁପ୍ତାଙ୍କ ପତ୍ନୀ ମିନାକ୍ଷୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାନପୁର ଥାନାରେ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମିନାକ୍ଷୀଙ୍କୁ ଚାକିରୀ, କ୍ଷତିପୂରଣ ଓ ମାମଲାକୁ ଗୋରଖପୁରରୁ କାନପୁର ଟ୍ରାନ୍ସଫର କରାଇବା ଦାବିକୁ ମଂଜୁର ଦେଇଛନ୍ତି। ଯୋଗୀ ମନୀଷ ଗୁପ୍ତାଙ୍କ ପତ୍ନୀଙ୍କୁ ବିକାଶ ପ୍ରାଧିକରଣରେ ଓଏସଡି ଚାକିରୀ ଦେବାକୁ ଓ କ୍ଷତିପୂରଣ ରାଶି ୧୦ ଲକ୍ଷ ଟଙ୍କାରୁ ବଢାଇବାକୁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦେବାକୁ କହିଛନ୍ତି। ମନୀଷ ଗୁପ୍ତାଙ୍କ ପରିବାର ସିବିଆଇ ତଦନ୍ତ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଥିପାଇଁ ମଧ୍ୟ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି ଯେ ଯାଞ୍ଚ ସମ୍ବନ୍ଧରେ ଯାହା ବି ସମ୍ଭବ ହେବ କରାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋରଖପୁରରେ ଘଟିଥିବା ଘଟଣା ଅତ୍ୟନ୍ତ ଲଜ୍ଜାଜନକ।ସେ କାଲି ହିଁ ପୀଡିତ ପରିବାରକୁ ସାକ୍ଷାତ କରିବାକୁ ଚାହୁଁଥିଲେ। ଅପରାଧ ଓ ଅପରାଧୀଙ୍କ ପ୍ରତି ଆମ ପଲିସୀ ଜିରୋ ଟଲେରେନ୍ସ। କୌଣସି ଅପରାଧୀକୁ ଛଡ଼ାଯିବନି। ମୁଖ୍ୟମନ୍ତ୍ରୀ କହିଛନ୍ତି ପୀଡିତ ପରିବାର ଯେମିତି ଯାଞ୍ଚ ଚାହିଁବେ ସେମିତି ଯାଞ୍ଚ କରାଇବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଯଦି ପରିବାର ସିବିଆଇ ଯାଞ୍ଚ ଚାହୁଁଚି ତାହେଲେ ସିବିଆଇ ଯାଞ୍ଚ ପାଇଁ ଚାପ ପ୍ରୟୋଗ କରାଯିବ। ଯଦି କାନପୁର ପୋଲିସ ଦ୍ୱାରା ଯାଞ୍ଚ ଚାହୁଁଛନ୍ତି ତାହେଲେ କାନପୁର ପୋଲିସ ଯାଞ୍ଚ କରିବ।

ସୂଚନା ଅନୁଯାୟୀ, ସୋମବାର ରାତିରେ ରାମଗଡ଼ତାଳ ଥାନା ଅଞ୍ଚଳରେ ଏକ ହୋଟେଲରେ କାନପୁର ବାସିନ୍ଦା ୩୬ ବର୍ଷୀୟ ରିୟଲ ଇଷ୍ଟେଟ ବ୍ୟବସାୟୀ ମନୀଷ ଗୁପ୍ତା ନିଜର ଦୁଇ ବନ୍ଧୁ ପ୍ରଦୀପ ଓ ହରି ଚୌହାନ ସହ ଥିଲେ। ବିଳମ୍ବିତ ରାତିରେ ପୋଲିସ ଚେକିଂ ପାଇଁ ହୋଟେଲରେ ପହଞ୍ଚିଥିଲା। ଏତିକିବେଳେ ଜଣାପଡିଥିଲା ଯେ ୩ଜଣ ଗୋରଖପୁରର ସିକରିଗଂଜ ସ୍ଥିତ ମହାଦେବା ବଜାରରେ ରହୁଥିବା ଚନ୍ଦନ ସାଇନିଙ୍କ ପରିଚୟ ପତ୍ର ଆଧାରରେ ଗୋଟିଏ ରୁମରେ ଅଛି। ସନ୍ଦେହ ହେବାରୁ ପୋଲିସ ମନୀଷ ଗୁପ୍ତାଙ୍କୁ ପଚରାଉଚୁରା କରିଥିଲା। ପଚରାଉଚୁରା ବେଳେ ପୋଲିସ ମନୀଷଙ୍କୁ ନିର୍ଘାତ ମାଡ ମାରିଥିଲା। ଏଥିରେ ମନୀଷ ଗୁରୁତର ଆହତ ହୋଇଥିଲେ। ମନୀଷଙ୍କୁ ଗୋରଖପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ସନ୍ଦିଗ୍ଧ ଅବସ୍ଥାରେ ମନୀଷଙ୍କ ମୃତ୍ୟୁ ହୋଇଥିଲା।

   Related Posts