Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||

ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ: ଉଦ୍ଧବ ଠାକରେଙ୍କ ବୟାନରେ ଜବାବ ଦେଲେ ୟେଦୁରପ୍ପା, କହିଲେ- ଏକ ଇଞ୍ଚ ବି ଜମି ଦେବୁ ନାହିଁ

18/01/2021 at 10:45 PM

ବେଙ୍ଗାଲୁରୁ ୧୮।୦୧: ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗ ଆହୁରି ସମ୍ବେଦନଶୀଳ ହେବାରେ ଲାଗିଛି। ସୀମା ବିବାଦ ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବୟାନ ବିରୋଧରେ ବେଲଗାଭି ସମେତ କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ସୋମବାର ବିରୋଧ ପ୍ରଦର୍ଶନ ହୋଇଛି। ବିଭିନ୍ନ ଦଳର ନେତା ଠାକରେଙ୍କୁ କଡା ଶବ୍ଦରେ ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କହିଛନ୍ତି, କର୍ଣ୍ଣାଟକରୁ ମହାରାଷ୍ଟ୍ରକୁ ଗୋଟିଏ ଇଞ୍ଚ ଜମି ଦେବାର ପ୍ରଶ୍ନ ଉଠୁନାହିଁ। ତାଙ୍କୁ ରାଜନୈତିକ କାରଣରୁ ବୟାନବାଜି କରିବା ବନ୍ଦ କରି ଦେବା ଉଚିତ୍।

ୟେଦୁରପ୍ପା ଟ୍ଵିଟ୍ କରିଛନ୍ତି ଯେ, ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନରେ ଦୁଃଖି ଯେ, ଏଥିରେ ବର୍ତ୍ତମାନର ସୌହାର୍ଦ୍ଦ୍ୟପୂର୍ଣ୍ଣ ମାହୋଲ ବିଗିଡିପାରେ। ମୁଁ ଆଶା କରୁଛି ଯେ, ଜଣେ ସଚ୍ଚୋଟ ଭାରତୀୟ ହୋଇଥିବାରୁ ଉଦ୍ଧବ ଠାକରେ ସଂଘବାଦର ସିଦ୍ଧାନ୍ତ ପ୍ରତି ପ୍ରତିବଦ୍ଧତା ଏବଂ ସମ୍ମାନ ପ୍ରଦର୍ଶନ କରନ୍ତୁ।

ସୂଚନାଯୋଗ୍ୟ, ଗତ ଶନିବାର ଉଦ୍ଧବ ଠାକରେ କହିଥିଲେ ଯେ, ତାଙ୍କ ସରକାର କର୍ଣ୍ଣାଟକର ସେହି ଅଞ୍ଚଳକୁ ନିଜ ରାଜ୍ୟରେ ସାମିଲ କରିବା ପାଇଁ ପ୍ରତିବଦ୍ଧ, ଯେଉଁଠି ମରାଠି ଭାଷୀ ଲୋକଙ୍କ ସଂଖ୍ୟା ଅଧିକ ରହିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏକ ଟ୍ଵିଟ୍‌ରେ କହିଥିଲା ଯେ, ଏହି ଉଦ୍ଦେଶ୍ୟ ବଳିଦାନ ଦେଇଥିବା ଲୋକଙ୍କ ପ୍ରତି ବାସ୍ତବ ଶ୍ରଦ୍ଧାଞ୍ଜଳୀ ହେବ। ଆମେ ଏଥିପାଇଁ ଏକଜୁଟ୍ ଅଛୁ ଏବଂ ଆମର ପ୍ରତିଜ୍ଞା ଦୃଢ ରହିଛି। ସହିଦଙ୍କ ପ୍ରତି ସମ୍ମାନ ଜଣାଇ ଆମେ ଏହି ପ୍ରତିଶ୍ରୁତି ଦେଉଛୁ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା ଠାକରେଙ୍କ ଏହି ବୟାନକୁ ଘୋର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ବେଲଗାଭି କର୍ଣ୍ଣାଟକର ଅଭିନ୍ନ ଅଙ୍ଗ। ପୂର୍ବରୁ ସମାଧାନ ହୋଇ ସାରିଥିବା ମାମଲାକୁ ଉଠାଇ ଉଠାଇ ଆମକୁ ଉସୁକାଇବାକୁ ଚେଷ୍ଟା କରନ୍ତୁ ନାହିଁ। ସିଦ୍ଧରମୈୟା ଠାକରେଙ୍କୁ ସତର୍କ କରାଇ ଦେଇଛନ୍ତି ଯେ, ସେ ଏହି ମାମଲାରେ ରାଜନୀତି ନ କରନ୍ତୁ। ସେ ଠାକରେଙ୍କୁ ସ୍ମରଣ କରାଇ ଦେଇଛନ୍ତି ଯେ ସେ କେବଳ ଶିବସେନାର କାର୍ଯ୍ୟକର୍ତ୍ତା ନୁହନ୍ତି ବରଂ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ।  

   Related Posts