କରୋନା ଟିକା ନପହଞ୍ଚିଲେ ବାଧାପ୍ରାପ୍ତ ହେବ ଟିକାଦାନ, ପ୍ରଧାନମନ୍ତ୍ରୀଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | April 08, 2021 IST

ଭୁବନେଶ୍ବର ୮।୪: ରାଜ୍ୟରେ ଟିକା ଅଭାବ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ୨୫ ଲକ୍ଷ ଟିକା ପଠାଇବା ପାଇଁ ବୁଧବାର କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । ପୂର୍ବର ACS ବି ଚିଠି ଲେଖିଥିଲେ । ଦିନକୁ ୨.୫ ଲକ୍ଷ ଟିକା ଦରକାର । ଓଡିଶାରେ ମାତ୍ର ୦.୫ ଟିକା ନଷ୍ଟ ହୋଇଛି । ୧୦ ଦିନ ପାଇଁ ୨୫ ଲକ୍ଷ ଟିକା ଦେବାକୁ ଚିଠି ଲେଖାଯାଇଛି । ହେଲେ ଏ ଯାଏଁ ଟିକା ଆସିନି । ଗୁରୁବାର ସନ୍ଧ୍ୟା ସୁଦ୍ଧା ନ ଆସିଲେ ଶନିବାରରୁ ଟିକାକରଣ ବନ୍ଦ ହେବ ।

ଗୁରୁବାର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଅଛି । ଆଶା କରୁଛି ମୁଖ୍ୟମନ୍ତ୍ରୀ ଟୀକା ଦେବା ପାଇଁ ଦାବି କରିବେ । ଆମେ ବହୁତ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛି ଯେ, ସବୁ ପଡୋଶୀ ରାଜ୍ୟରୁ ଫେରୁଥିବା ଲୋକଙ୍କର RTPCR ପରୀକ୍ଷା କରିବୁ । ଆଉ ୭ ଦିନ ସଂଗରୋଧରେ ରଖିବୁ । ପଶ୍ଚିମବଙ୍ଗ ଫେରନ୍ତାଙ୍କର ବି ପରୀକ୍ଷା ହେବ । ଦୟାକରି କୋଭିଡ୍ ନିୟମ ମାନନ୍ତୁ । ଏ ଯାଏଁ କିଛି କଟକଣା ହୋଇନି । ସରକାରୀ ଓ ଘରୋଇ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆସରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.