Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

20/10/2020 at 2:25 PM

ଭୁବନେଶ୍ୱର ୨୦।୧୦: ପୁଣି ଥରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ଼ ସ୍ଥିତି ଓ ପାର୍ବଣ ସଂପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କିଛି କହିପାରନ୍ତି ବୋଲି ଅନୁମାନ କରାଯାଉଛି ।

ରାଜ୍ୟରେ କରୋନା ଗ୍ରାଫ ଏବେ କମିବାରେ ଲାଗିଛି । ଏସବୁ ଭିତରେ ପାର୍ବଣର ରୁତୁ ଆସିଛି । ତେଣୁ କିପରି ସମସ୍ତେ ସୁସ୍ଥ ଓ ସଚେତନ ରହିବେ , ସେନେଇ କିଛି ମନ୍ତ୍ରୀ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କରୋନା ଯୋଦ୍ଧାଙ୍କ ସଂପର୍କରେ ସେମାନଙ୍କୁ ସହଯୋଗ ଏବଂ ବର୍ତ୍ତମାନର ଅଭାବନୀୟ ସମୟରେ ଆଉ କିଛି କହିପାରନ୍ତି ନବୀନ ପଟ୍ଟନାୟକ । କରୋନା ନିୟନ୍ତ୍ରଣ ସତ୍ତ୍ୱେ ବିକାଶର ଧାରାକୁ ଜାରି ରଖିଥିବା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାର ଲୋକଙ୍କ ବିଶ୍ୱାସକୁ ବଳବତ୍ତର ରଖିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ସମ୍ବୋଧନ ଆଉ ବିଶେଷ କିଛି କହିପାରନ୍ତି । ତେବେ କେଉଁ ସଂପର୍କରେ ମୁଖ୍ୟମନ୍ତ୍ରୀ କହିବେ , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସେହିପରି ଆଜି ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତୀଙ୍କ ସମ୍ବୋଧନର ବିଷଯବସ୍ତୁ ସଂପର୍କରେ ଏବେ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ ।

   Related Posts