ସିଏମ୍ vs ସିଏମ୍ , ପୂରା ପଲିଟିକାଲ ଥ୍ରୀଲର - ତେବେ ରିଲିଜ ହେବା ଆଗରୁ ହିଁ ଫିଲ୍ମ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ

Published By : Prameya-News7 Bureau | November 29, 2019 IST

ହାଇଦ୍ରାବାଦ ୨୯।୧୧-  ମୁଖ୍ୟମନ୍ତ୍ରୀ ବନାମ ମୁଖ୍ୟମନ୍ତ୍ରୀ । ଜଣେ ଏବେକାର, ଆଉ ଜଣେ ଏହା ପୂର୍ବର । ଆନ୍ଧ୍ର ପ୍ରଦେଶରେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଲଢ଼େଇ ଚାଲିଛି । ତାହା ପୁଣି ସିନେମାରେ । ବଲିଉଡ ଭେଟରାନ ରାମ ଗୋପାଲ ବର୍ମା, ଆନ୍ଧ୍ରର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରିଛନ୍ତି । ତେବେ ରିଲିଜ ହେବା ଆଗରୁ ହିଁ ଫିଲ୍ମ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । 

ସିଏମ୍ vs ସିଏମ୍ ।  ପୂରା ପଲିଟିକାଲ ଥ୍ରୀଲର । ଦମ୍‌ଦାର ଡାଏଲଗ ସାଙ୍ଗକୁ ଆରଜିଭିଙ୍କ ଡିରେକ୍ସନ । ଅପକମିଙ୍ଗ ତେଲୁଗୁ ଫିଲ୍ମ ‘କମା ରାଜ୍ୟମ ଲୋ କଡପା ରେଡଲୁ’କୁ ନେଇ  ଆନ୍ଧ୍ରରେ ଚାଲିଛି ଘମାସାନ । ଫିଲ୍ମଟି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କ ପଲିଟିକାଲ କ୍ଲାସକୁ ନେଇ ତିଆରି ହୋଇଛି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ରାମ ଗୋପଳ ବର୍ମା।  ଫିଲ୍ମର ଦୁଇଟି ଟ୍ରେଲର ରିଲିଜ ହୋଇଥିବା ବେଳେ, ଜଗନଙ୍କୁ ହିରୋ ଓ ଚନ୍ଦ୍ରବାବୁଙ୍କୁ ଭିଲେନ ଭାବେ ଚିତ୍ରିତ କରାଯାଇଥିବା ଚର୍ଚ୍ଚା ହେଉଛି। ଫିଲ୍ମରେ ଆଜମଲ ଆମିର ଲିଡ୍ ରୋଲ ଜଗନ ମୋହନ ରେଡ୍ଡିଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ।

ତେବେ ଫିଲ୍ମର ଟାଇଟେଲ  ‘କମା ରାଜ୍ୟମ ଲୋ କଡପା ରେଡଲୁ’କୁ ନେଇ ଏବେ ସବୁଠୁ ବଡ଼ ବିବାଦ ଛିଡ଼ା ହୋଇଛି । ଫିଲ୍ମଟି ଆଜି ରିଲିଜ ହେବାକୁ ଥିବା ବେଳେ ଏହା ଉପରେ ରୋକ୍ ଲଗାଇଛନ୍ତି ତେଲଙ୍ଗାନା ହାଇକୋର୍ଟ । ଫିଲ୍ମର ଅର୍ଥ ଦୁଇଟି ଜାତି ମଧ୍ୟରେ ବିବାଦ ହୋଇଥିବା ଦର୍ଶାଇ କୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି । ସେପଟେ ହାଇଦ୍ରାବାଦରେ ଥିବା ଆଞ୍ଚଳିକ ଫିଲ୍ମ ବୋର୍ଡକୁ ଫିଲ୍ମର ନାଁ ପରିବର୍ତ୍ତନ ପାଇଁ ଆନ୍ଧ୍ର ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ପରାମର୍ଶଦାତା ଚିଠି ଲେଖିଛନ୍ତି । ଫଳରେ ଫିଲ୍ମର ଟାଇଟେଲ ପରିବର୍ତ୍ତନ କରି ଆରଜିଭି ଆମ୍ମା ରାଜ୍ୟମଲୁ କଡ୍ଡପା ବିଦାଉଲ୍ଲୁ। ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.