Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କୁଚିଣ୍ଡା ଚଳଚଂଚଳ, ବିରୋଧ କରିବାକୁ ପ୍ରସ୍ତୁତ ହେଉଛି ବିଜେପି

1/11/2021 at 7:24 PM

କୁଚିଣ୍ଡା, ୦୧/୧୧: ଓଡିଶାର ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଦିନ ୧୧ଟା ସମୟରେ କୁଚିଣ୍ଡା ଗସ୍ତରେ ଆସି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟକାର୍ଡ ପ୍ରଦାନ କରିବା ସହିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥି ସହିତ ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବଳେ ଚଳ ଚଂଚଳ ହୋଇଛି କୁଚିଣ୍ଡା ସହର । 

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ପ୍ରଶାସନ, ଉପଖଣ୍ଡ ପ୍ରଶାସନ ଓ ପୋଲିସ ପ୍ରଶାସନ ତତ୍ପରତା ପ୍ରକାଶ କରିଥିବା ବଳେ ସହରର ବିଭିନ୍ନ ସ୍ଥାନରେ ଏବେଠାରୁ ପୋଲିସ ପଇଁତରା ମାରିଲାଣି । ଜିଲ୍ଲାପାଳ ଶୁଭମ ସକ୍ସେନା, ଉପଜିଲ୍ଲାପାଳ ଆଦିତ୍ୟ ଗୋଏଲ, ଜିଲ୍ଲା ଆରକ୍ଷୀ ଅଧିକାରୀ ବି. ଗଙ୍ଗାଧର, ଏସଡିପିଓ ରାଜ କିଶୋର ମିଶ୍ରଙ୍କ ସମେତ ଅଫିସର ଇନଚାର୍ଜ, ସାଦା ପୋଷାକଧାରୀ ପୋଲିସ ଅଫିସର ଓଏସଏପି ସକେଣ୍ଡ ବାଟାଲିୟନ, ଓଏସଏଏଫ ଜବାନ, ପୋଲିସ ଫୋର୍ସ ପ୍ରମୁଖ ମୁତୟନ ପାଇଁ ସଜବାଜ ହୋଇସାରିଲେଣି । ସେପଟେ ପେଣ୍ଡାଲ ସଜବାଜ ଅନ୍ତିମ ପର୍ଯ୍ୟାରେ ପହଁଚିଥିବା ବଳେ ହେଲିପ୍ୟାଡ ବେରିକେଡ ଲାଗି ସଂପୁର୍ଣ୍ଣ ପ୍ରସ୍ତୁତ । ପୁଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ଦଳ ଚଳଚଂଚଳ ହୋଇଉଠୁଥିବା ବଳେ ନେତା ମନ୍ତ୍ରୀଙ୍କ ସୁଅ ଛୁଟୁଛି । 

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ବିଜେପି ଉପଖଣ୍ଡବାସୀଙ୍କ ୨୨ ଦଫା ଦାବି ନେଇ ରାଜ୍ୟ ସାଧାରଣ ସଂପାଦକ ରବିନାରାୟଣ ନାଏକଙ୍କ ନେତୃତ୍ବରେ ଜବାବ ମାଗିବା ସହିତ ବିରୋଧ କରାଯିବା ନେଇ ଆଜି ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସାଧାରଣ ସଂପାଦକ । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସାଧାରଣ ସଂପାଦକ ଶୁଶୀଲ କର ଓ ମହେଶ ରାଏ, ପିଙ୍କୁ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts