ତିର୍ତ୍ତୋଲ ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସହ ରହିଛି’

Published By : Prameya-News7 Bureau | October 28, 2020 IST

ଭୁବନେଶ୍ୱର୨୮/୧୦: ତିର୍ତ୍ତୋଲ ଉପ-ନିର୍ବାଚନର ପ୍ରଚାର ମୈଦାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓହ୍ଲାଇଛନ୍ତି। ଡିଜିଟାଲ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଭର୍ଚୁଆଲ ପ୍ରଚାର ମାଧ୍ୟମରେ ତିର୍ତ୍ତୋଲବାସୀଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ। ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରି ସେ କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ।

{"id":352320,"sizeSlug":"large"}

ତିର୍ତ୍ତୋଲର ଜନ ସାଧାରଣ ବିଜୁ ପରିବାର ସହ ରହି ଆସିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ବିଜୁ ଜନତା ଦଳ ପ୍ରତି ନିଜର ସମର୍ଥନ ରଖିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ,‘ମୁଁ ସବୁବେଳେ ଆପଣଙ୍କ ସହ ରହିଛି’।

{"id":352321,"sizeSlug":"large"}

ଆପଣଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଆଖିରେ ରଖି ଭିସିରେ ସାମିଲ ହୋଇଛି। ବିଷ୍ଣୁ ଦାସ ତିର୍ତ୍ତୋଲ ବିକାଶ କାମରେ ଅନେକ ଆଲୋଚନା କରିଛନ୍ତି। ‘ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ଆମର ଲକ୍ଷ୍ୟ। ଏହାସହ ‘ନୂଆ ରୋଜଗାର ସୃଷ୍ଟି ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି। ଗତ ୮ ମାସ ଭିତ​‌ରେ ରାଜ୍ୟକୁ ଅନେକ ଶିଳ୍ପ ଆସିଛି’ ମିଶନ ଶକ୍ତି ଜରିଆରେ ମାଆ ମାନେ ବିକାଶର ନୂଆ ପରିଚୟ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.