୮୦ ବର୍ଷର ଓଡ଼ିଶା ବଜେଟ୍-ଏକ ସ୍ମରଣୀୟ ପ୍ରକାଶନ ପୁସ୍ତକ ଉନ୍ମୋଚନ

Published By : Prameya-News7 Bureau | June 11, 2018 IST

୮୦ ବର୍ଷର ଓଡ଼ିଶା ବଜେଟ୍-ଏକ ସ୍ମରଣୀୟ ପ୍ରକାଶନ ପୁସ୍ତକ ଉନ୍ମୋଚନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଛନ୍ତି । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବାଠୁ ଏପର୍ଯ୍ୟନ୍ତ ୮୦ ବର୍ଷରେ ରାଜ୍ୟର ଆର୍ଥିକ ପରିଚାଳନା ଓ ବଜେଟକୁ ନେଇ ବହି ଲେଖା ଯାଇଛି । ବିଭିନ୍ନ ତଥ୍ୟ, ଚିତ୍ର ଓ ଉପାଖ୍ୟାନ ମାଧ୍ୟମରେ ଏହି ପୁସ୍ତକ ଲେଖାଯାଇଛି । ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୮୦ ବର୍ଷ ତଳେ ରାଜ୍ୟର ବଜେଟ ୧ କୋଟି ୭୭ ଲକ୍ଷ ଥିଲା । ୨୦୦୦ ମସିହାରେ ବିଜେଡି ଶାସନକୁ ଆସିବା ବେଳେ ଏହା ୧୪ ହଜାର କୋଟି ଥିଲା । ଯାହା ବର୍ତ୍ତମାନ ୧ ଲକ୍ଷ ୨୦ ହଜାର କୋଟିରେ ପହଞ୍ଚିଛି । ଏଥି ସହ ନିଜ ସରକାରର ଗୁଣଗାନ କରିଥିଲେ ନବୀନ । କହିଥିଲେ ଆମେ ଗରିବୀ ମୁକ୍ତି କାର୍ଯ୍ୟକ୍ରମକୁ ଦୁରୁତ୍ବ ଦେଇଛୁ । ମହିଳା ଓ ଶିଶୁ ମୃତ୍ୟୁହାର ରୋକିବାରେ ସଫଳ ହୋଇଛୁ । ଆଦିବାସୀ ହରିଜନ ଓ କୃଷକଙ୍କ ବିକାଶ ପାଇଁ ଅଧିକ ବ୍ୟୟବରାଦ ହୋଇଛି । ପ୍ରତିଥର ରାଜ୍ୟର ବିକାଶ ପାଇଁ ଅଙ୍ଗିକାର ବଦ୍ଧ ହୋଇଛୁ ବୋଲି ନିଜ ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.