ମହାରାଷ୍ଟ୍ର ସରକାରରେ ବିଭାଗ ବଣ୍ଟନ: ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

Published By : Prameya-News7 Bureau | January 05, 2020 IST

ମୁମ୍ବାଇ ୦୫।୦୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ପରେ ମନ୍ତ୍ରୀମାନଙ୍କୁ ନିଜ ନିଜ ବିଭାଗ ବାଣ୍ଟିଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ଅର୍ଥ ବିଭାଗର ଦାୟିତ୍ବ ଦିଆଯାଇଥିବା ବେଳେ ଏନ୍‌ସିପି ନେତା ଅନିଲ ଦେଶମୁଖଙ୍କୁ ଗୃହମନ୍ତ୍ରୀ ଦାୟିତ୍ବ ଦିଆଯାଇଛି । ସେହିପରି ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ସହରୀ ବିକାଶ ବିଭାଗ। କଂଗ୍ରେସ ନେତା ବାଲାସାହେବ ଥୋରାଟଙ୍କ ରାଜସ୍ବ ବିଭାଗ ଦାୟିତ୍ବ । କଂଗ୍ରେସ ନେତା ଅଶୋକ ଚୌହ୍ବାନଙ୍କୁ PWD ବିଭାଗ ।

{"id":207041,"sizeSlug":"large"}

ତେବେ ଆସନ୍ତୁ ଜାଣିବା ଏନ୍‌ସିପି ନେତାଙ୍କୁ କେଉଁ କେଉଁ ବିଭାଗ ମିଳିଛି-

ଅଜିତ ପାଓ୍ବାର – ଅର୍ଥମନ୍ତ୍ରୀ, ଅନିଲ ଦେଶମୁଖ- ଗୃହମନ୍ତ୍ରୀ, ଜୟନ୍ତ ପାଟିଲ-ଜଳ ସେଚନ, ଛଗନ ଭୁଜବଳ- ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଦିଲ୍ଲୀପ ବାଲ୍‌ସେ ପାଟିଲ- ଶ୍ରମ ଓ ଅବକାରୀ, ଜିତେନ୍ଦ୍ର ଅବହାଦ-ଆବାସ, ରାଜେନ୍ଦ୍ର ତୋପେ- ସ୍ବାସ୍ଥ୍ୟ, ଧନଞ୍ଜୟ ମୁଣ୍ଡେ- ସାମାଜିକ ନ୍ୟାୟ,

କଂଗ୍ରେସ ନେତାଙ୍କୁ ମିଳିଥିବା ବିଭାଗ ଗୁଡିକ ହେଉଛି-

ନିତିନ ରାଉତ- ଶକ୍ତି, ବାଲାସାହେବ ଥୋରାଟେ- ରାଜସ୍ବ, ବର୍ଷା ଗାୟକଓ୍ବାଡ- ସ୍କୁଲ ଓ ଶିକ୍ଷା , ଯଶୋମତି ଠାକୁର- ମହିଳା ଓ ଶିଶୁ କଲ୍ୟାଣ ବିଭାଗ, କେସି ପାଡବୀ- ଆଦିବାସୀ ବିକାଶ , ସୁନୀଲ କେଦାର – ପଶୁ ସମ୍ପଦ ଓ ଦୁଗ୍ଧ ବିକାଶ, ବିଜୟ ବେଡ୍‌ତାଭୀର- OBC କଲ୍ୟାଣ, ଅସଲମ ସେଖ୍‌- କପଡା ଓ ବନ୍ଦର , ଅମିତ ଦେଶମୁଖ- ସ୍ବାସ୍ଥ୍ୟ, ଶିକ୍ଷା ଓ ସଂସ୍କୃତି

ଶିବସେନା ନେତାଙ୍କୁ ମିଳିଥିବା ବିଭାଗ ଗୁଡିକ ହେଉଛି-

ଆଦିତ୍ୟ ଠାକରେ- ପରିବେଶ, ପର୍ଯ୍ୟଟନ, ଏକନାଥ ସିନ୍ଦେ- ନଗର ବିକାଶ ବିଭାଗ, ସୁଭାଷ ଦେଶାୟୀ- ଉଦ୍ୟୋଗ, ସଂଜୟ ରାଠୋଡ୍‌- ବନ ବିଭାଗ,  ଦାଦା ଭୁସେ- କୃଷି ବିଭାଗ, ଅନିଲ ପରବ- ପରିବହନ, ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ,ସଦୀପାନ ଭୁମରେ- ନିୟୋଜନ, ଶଙ୍କରରାଓ ଗଡାଖ-ଜଳ ସଂରକ୍ଷଣ, ଉଦୟ ସାଓ୍ବନ୍ତ- ଉଚ୍ଚ ଓ ବୈଷୟିକ ଶିକ୍ଷା , ଗୁଲାବ ରାଓ ପାଟିଲ- ଜଳ ଯୋଗାଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.