Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଜେଏନ୍‌ୟୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟ- ଗଭୀର ଉଦ୍‌ବେଗ ପ୍ରକାଶ କଲେ

6/01/2020 at 2:42 PM

ଭୁବନେଶ୍ୱର ୦୬।୦୧ – ଜବାହରଲାଲ୍ ନେହରୁ ବିଶ୍ବବିଦ୍ୟାଳୟରେ ରକ୍ତପାତ ଘଟଣାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ସେ ଏଥିଲାଗି ଟ୍ୱିଟ୍ କରି ଉଦବେଗ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଏଭଳି ଘଟଣା ନିଶ୍ଚିତ ନିନ୍ଦନୀୟ ବୋଲି ବି ସେ ଉଲ୍ଲେଖ କରିଛନ୍ତି । ସେ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୁଲିସକୁ ନିବେଦନ କରିବା ସହିତ ଆହତ ଛାତ୍ରମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୂଚନା ଯୋଗ୍ୟ ଦିଲ୍ଲୀ ଜବାହାରଲାଲ ନେହରୁ ବିଶ୍ବ ବିଦ୍ୟାଳୟରେ ମୁଖାଧାରୀ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣାରେ ଦିଲ୍ଲୀ ଯୁଗ୍ମ ପୋଲିସ କମିଶନର ଶାଳିନୀ ସିଂ ତଦନ୍ତ କରିବେ । ଏନେଇ ଏକ ଟିମ୍ ଗଠନ କରାଯାଇଛି । ଏଥିରେ ଦୁଇ ଜଣ ଏସିପି ଏବଂ ୪ଜଣ ଇନ୍ସପେକ୍ଟର ଅଛନ୍ତି । ଗୃହ ମନ୍ତ୍ରାଳୟ ଘଟଣା ନେଇ ଦିଲ୍ଲୀ ପୋଲିସକୁ ରିପୋର୍ଟ ତଲବ କରିଛି ।

ଘଟଣା ନେଇ ଏକାଧିକ ଅଭିଯୋଗ ଆସିଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି । ଗତକାଲି ସଂଧ୍ୟାରେ ଫି ବୃଦ୍ଧି ପ୍ରତିବାଦରେ ଛାତ୍ର ଏବଂ ଅଧ୍ୟାପକଙ୍କ ଶାନ୍ତି ବୈଠକ ଚାଲିଥିବା ସମୟରେ ମୁଖାଧାରୀ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଅନେକ ପ୍ରଫେସର ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପଶ୍ଚିମ ଗେଟ୍ ଦେଇ ୫୦ରୁ ଊର୍ଦ୍ଧ୍ବ ଦୁର୍ବୃତ୍ତ ମୁଖା  ପିନ୍ଧି କ୍ୟାମ୍ପସ ମଧ୍ୟକୁ ପଶି ଆସି ପ୍ରଥମେ ଛାତ୍ର ସଂସଦ ସଭାପତିଙ୍କ ଉପରେ ଆକ୍ରମଣ କରିଥିଲେ । ସେମାନେ କ୍ୟାମ୍ପସ ମଧ୍ୟରେ ଭଙ୍ଗାରୁଜା ମଧ୍ୟ କରିଥିଲେ । କ୍ୟାମ୍ପସରେ ଥିବା ଅନେକ କାର୍ କୁ ନଷ୍ଟ କରିଦେଇଥିଲେ । ହାତରେ ରଡ୍ ଏବଂ ବାଡ଼ି ଧରିଥିବା ଏହି ଦୁର୍ବୃତ୍ତମାନେ ହଷ୍ଟେଲ ଭିତରେ ପଶି ଆକ୍ରମଣ କରିଥିବା ଜଣାପଡ଼ିଛି ।

ଗୁରୁତର ଆହତଙ୍କ ମଧ୍ୟରେ ଛାତ୍ର ସଂସଦ ସଭାପତି ଅଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଦୁଇ ଛାତ୍ର ଗୋଷ୍ଠୀ ଭିତରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିବା କୁହାଯାଉଛି । ଏଥିରେ ୨୫ଛାତ୍ର ଆହତ ହୋଇଛନ୍ତି । ଏଭିତରୁ ୧୮ଛାତ୍ରଙ୍କୁ ଦିଲ୍ଲୀ ଏମସ୍ ରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣ ପାଇଁ ଛାତ୍ର ସଂସଦ ଏବିଭିପିକୁ ଦାୟୀ କରିଛି।

ମୁମ୍ବାଇର ଗେଟୱେ ଅଫ ଇଣ୍ଡିଆରେ ମଧ୍ୟ ପ୍ରଦର୍ଶନ କରାଯାଇଛି । ଆଜି ଦିଲ୍ଲୀ ସମେତ ମୁମ୍ବାଇ ଏବଂ ପୁନେରେ ପ୍ରଦର୍ଶନ ଚାଲିଛି । ଏପଟେ ଏହି ଘଟଣା ପରେ ଅନେକ ଛାତ୍ରଛାତ୍ରୀ କ୍ୟାମ୍ପସ ଛାଡି ଚାଲି ଯାଉଛନ୍ତି । ଜେଏନୟୁ ଗଣ୍ଡଗୋଳ ଘଟଣାରେ ଯାଜପୁରର ପୀୟୁଷ ସ୍ବାଇଁ ଆହତ ହୋଇ ଏମସରେ ଭର୍ତ୍ତି ହୋଇଛନ୍ତି ।

   Related Posts