ଟିକେଟ୍‌ କରି ମୋ ବସ୍‌ରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | November 06, 2019 IST

ଭୁବନେଶ୍ୱର ୦୬।୧୧ –  ସାଧାରଣ ଯାତ୍ରୀଙ୍କ ପରି ଟିକେଟ୍‌ କରି ମୋ ବସ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାତ୍ରା କରିଛନ୍ତି । 

ଜୟଦେବ ଭବନରେ 'ମୋ ବସ"ର ବର୍ଷେ ପୂର୍ତ୍ତି ସମାରୋହ  ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇଥିଲେ । ମୋବସ୍‌ ସେବାର ଉଦ୍‌ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ବସ୍‌ରେ ଯାତ୍ରା କରିଥିଲେ । ସେହି ପରି ଏକ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ବସ୍‌ରେ ଟିକେଟ୍‌ କାଟି ଯାତ୍ରା କରିଛନ୍ତି ।

ଏହି ଅବସରରେ ମୋ ବସ୍ ମାସ୍କଟ 'ମୋବି' ଉନ୍ମୋଚିତ ହୋଇଛି ।  ଅନେକ ଯାତ୍ରୀ  ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍‌ଫି ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.