Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ସ୍ବପ୍ନ ହେଲା ସାକାର ! ଆଜି ଲୋକାର୍ପିତ ହେବ ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁ

26/07/2018 at 5:55 AM

ବଦଳିବ ମାଲକାନଗିରିର ଚିତ୍ର। ବଦଳିବ ଜିଲ୍ଲାର ସ୍ବାସ୍ଥ୍ୟ, ଶିକ୍ଷା ଓ ଗମନା ଗମନର ଚିତ୍ର । ସେଥିପାଇଁ ପଲ୍ଲିରୁ ସହର ଚାରିଆଡେ ସଜେଇ ହେଉଛି ମାଲକାନଗିରି । ଆଜି ଉଦଘାଟିତ ହେବ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁ । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁ ଉଦଘାଟନ କରିବେ । ଲାଲ୍ ଗଡ଼ରେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଜିଲ୍ଲା ପୋଲିସ ପକ୍ଷରୁ ୬ପ୍ଲାଟୁନ ସୁରକ୍ଷା ବାହିନୀ ନିୟୋଜିତ ହେବା ସହ ବିଏସ୍‌ଏଫ୍, ଡିଭିଏଫ୍‌ ଏବଂ ଏସ୍‌ଓଜି କମାଣ୍ଡୋଙ୍କ ଛାଉଁଣୀ ହୋଇଛି । ଖୋଦ୍ ଦକ୍ଷିଣାଞ୍ଚଳ ଆଇଜି ଆର୍‌.ପି. କୋଚେ ଉପସ୍ଥିତ ରହି ସୁରକ୍ଷା ବନ୍ଦୋବସ୍ତ ତଦାରଖ କରୁଛନ୍ତି। ଗୁରୁପ୍ରିୟା ସେତୁଠାରୁ ୨୦ କିଲୋମିଟର ରେଡିୟସ ଅଞ୍ଚଳକୁ ସିଲ୍ କରାଯାଇଥିବା ବେଳେ ବୋଟ୍‌ରେ ଏସ୍‌ଓଜି ଏବଂ କୋବ୍ରା ବାହିନୀ ୨୪ ଘଣ୍ଟିଆ ପହରା ଦେଉଛନ୍ତି ।

   Related Posts