Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଶ୍ରୀମନ୍ଦିର ସଂକଳ୍ପ ପାରିତ : ‘ସଂକଳ୍ପ ନେବା ଓ ଶୀଘ୍ର କାମ ସାରିବାକୁ ନିଷ୍ଠାର ସହ କରିବା ଉଦ୍ୟମ’-ମୁଖ୍ୟମନ୍ତ୍ରୀ

27/02/2021 at 3:01 PM

ଭୁବନେଶ୍ୱର ୨୭।୦୨: ଶ୍ରୀମନ୍ଦିର ସଂକଳ୍ପ ପାରିତ । ଶ୍ରୀମନ୍ଦିର ପରିକ୍ରମା ପ୍ଲାନ ସମ୍ପର୍କରେ ଗୃହରେ ସର୍ବସମ୍ମତ ସଂକଳ୍ପ ପାରିତ ହୋଇଛି । ବାଚନିକ ଭୋଟରେ ଶ୍ରୀମନ୍ଦିର ସଂକଳ୍ପ ପାରିତ ହୋଇଛି । ତେବେ ଏହି ସଂକଳ୍ପ ଆଗତ ବେଳେ ମୁଖ୍ୟମନ୍ତ୍ରୀ ନିଜ ବିବୃତି ରଖିଛନ୍ତି। ଭର୍ଚୁଆଲ ମାଧ୍ୟମରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ୩ଟି ବିଷୟରେ ପ୍ରସ୍ତାବ ଆଣିଛନ୍ତି। ସେଗୁଡିକ ହେଉଛି…

୧- ସଂକଳ୍ପ ନେବା ଓ ଶୀଘ୍ର କାମ ସାରିବାକୁ ନିଷ୍ଠାର ସହ ଉଦ୍ୟମ କରିବା।

୨- ପ୍ରତି ଓଡିଆ, ଜଗନ୍ନାଥପ୍ରେମୀଙ୍କୁ ସେମାନଙ୍କ ଅବଦାନ ରଖିବାକୁ ସୁଯୋଗ ଦେବା।

୩- ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ସେମାନଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଦେବା।

ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି ଯେ, ଐତିହ୍ୟ କରିଡର ବିକାଶ ପାଇଁ ଶ୍ରୀମନ୍ଦିର ପରିକ୍ରମା ଯୋଜନା କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ୩ଟି ବିଷୟକୁ ଗୁରୁତ୍ଵ ଦିଆଯାଇଛି। ଶ୍ରୀମନ୍ଦିର ନିରାପତ୍ତା, ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ନିରାପତ୍ତାକୁ ଗୁରୁତ୍ଵ ଦିଆଯାଇଛି।

ଭକ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ପରିବେଶ ପାଇଁ ବ୍ୟବସ୍ଥା କରାଯାଇଛି। ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ଦିବ୍ୟ ଅନୁଭୂତି ନେଇ ଫେରିବେ। ସମସ୍ତ ସେବାୟତ, ପୁରୀବାସୀ ଓ ଗଜପତି ମହାରାଜାଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି ।

   Related Posts