Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

7/05/2021 at 10:08 AM

ଭୁବନେଶ୍ୱର, ୦୭।୦୫: ସାରା ଦେଶରେ କରୋନା ଆତଙ୍କ ଭୟଙ୍କର ରହିଛି ।  ଦେଶ ଏବେ ମହାମାରୀ କରୋନା ସହ ଲଢ଼ୁଥିଲା ବେଳେ ଟିକାକରଣ ହିଁ ଏକମାତ୍ର ସଂଜିବନୀ ଭଳି ଉଭା ହୋଇଛି। ଏଭଳି ସଂକଟ କାଳରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ସବୁପ୍ରକାର ସହଯୋଗ କରିବାକୁ ଆଗେଇ ଆସିବା ଆବଶ୍ୟକ। ରାଜ୍ୟ ସରକାର ଯେଉଁ କୋଭିଡ୍‌ ଟିକା ନିଜସ୍ୱ ପାଣ୍ଠିରୁ କିଣିବେ ସେ ଟିକା ଉପରେ ଜିଏସ୍‌ଟି ଛାଡ଼ କରାଯାଉ। ଏହାଛଡ଼ା କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସେସ୍‌ ଓ ସରଚାର୍ଜ ପାଣ୍ଠିରୁ ଟିକାକରଣ ପାଇଁ ସହାୟତା ଦିଅନ୍ତୁ। ଆଜି ଏମିତି ଅନୁରୋଧ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ଏ ପଦକ୍ଷେପ ଦ୍ୱାରା ବହୁ ଗରିବ ରାଜ୍ୟ ନିଜସ୍ୱ ପାଣ୍ଠିରୁ ମଧ୍ୟ ଟିକାକରଣ ଅଭିଯାନକୁ ବ୍ୟାପକ କରିପାରିବେ। ରାଷ୍ଟ୍ରନାୟକର ମନୋଭାବ ନେଇ ନବୀନ କେନ୍ଦ୍ରକୁ ଦେଇଥିବା ଏ ପ୍ରସ୍ତାବ କେବଳ ଓଡ଼ିଶା ନୁହେଁ ବହୁ ଗରିବ ରାଜ୍ୟକୁ ବେଶ ଲାଭ ଦେବ ବୋଲି ଚର୍ଚ୍ଚା ହେଉଛି।

ନିର୍ମଳାଙ୍କୁ ଲେଖିଥିବା ଚିଠିରେ ନବୀନ ଦର୍ଶାଇଛନ୍ତି, ସମଗ୍ର ଦେଶ ମହାମାରୀ କରୋନା କାରଣରୁ ଏବେ ଯୁଦ୍ଧଭଳି ପରିସ୍ଥିତି ଦେଇ ଗତି କରୁଛି । ଦେଶକୁ କରୋନା ବିରୋଧରେ ଲମ୍ବା ଲଢ଼େଇ ପାଇଁ ଟିକାକରଣ ଜରୁରି । ତେଣୁ ରାଜ୍ୟ ସରକାରଙ୍କୁ ନିଜସ୍ୱ ପାଣ୍ଠିରୁ ୧୮ରୁ ୪୫ ବର୍ଷ ଲୋକଙ୍କ ପାଇଁ ଟିକା କିଣିବାକୁ କେନ୍ଦ୍ର ପ୍ରସ୍ତାବ ଦେଉ । ମାତ୍ର ଏ ଟିକା କ୍ରୟ ଉପରେ ଜିଏସଟି ସମ୍ପୂର୍ଣ୍ଣ ଛାଡ଼ ହେଉ । ଏହାଦ୍ୱାରା ଟିକାର ଦାମ୍‌ କମ ରହିବ । ରାଜ୍ୟଗୁଡ଼ିକ ନିଜସ୍ୱ ପାଣ୍ଠିରୁ ଟିକା କିଣିବାକୁ ଆଗ୍ରହ ପ୍ରକାଶ କରିବେ । ଟିକାକରଣ ଅଭିଯାନ ଆହୁରି ବ୍ୟାପକ ହୋଇପାରିବ । କରୋନା ଲଢ଼େଇ ପାଇଁ ଏହା ଅତି ଜରୁରି ।

ଏହାଛଡ଼ା ମୁଖ୍ୟମନ୍ତ୍ରୀ ଆଉ ଏକ ପ୍ରସ୍ତାବ ଦେଇଛନ୍ତି ଯେ କରୋନା ବିରୋଧୀ ଯୁଦ୍ଧରେ ବିଜୟ ପାଇଁ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଲଢ଼ିବାକୁ ହେବ । ରାଜ୍ୟଗୁଡ଼ିକୁ ଆର୍ଥିକ ସହଯୋଗ ଦେଲେ ଯାଇ ହିଁ ଟିକାକରଣ ଆହୁରି ତେଜୀୟାନ୍‌ ହେବ । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ୍‌ ଓ ମଦ ଉପରେ ଯେଉଁ ସେସ୍‌ ଏବଂ ସରଚାର୍ଜ ଆଦାୟ କରୁଛନ୍ତି ସେଥିରୁ ରାଜ୍ୟଗୁଡ଼ିକୁ ପାଣ୍ଠି ଦିଅନ୍ତୁ । ଏଭଳି ଜରୁରିକାଳୀନ ପରିସ୍ଥିତିରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ଏ ପାଣ୍ଠିରୁ ଭାଗ ଦେଲେ ତାହା ରାଜ୍ୟଗୁଡ଼ିକୁ ଆର୍ଥିକ ଦୃଷ୍ଟିରୁ ବଳୁଆ କରିବ । ରାଜ୍ୟ ସରକାରମାନେ ଟିକାକରଣକୁ ଆଗେଇ ନେବାରେ ବାଧା ରହିବନି । କରୋନା ଯୁଦ୍ଧରେ ଆମକୁ ବିଜୟଲାଭ କରିବାକୁ କେନ୍ଦ୍ର ଏ ଦୁଇଟି ପ୍ରସ୍ତାବ ଉପରେ ବିଚାର କରି ତ୍ୱରିତ ପଦକ୍ଷେପ ନେବାକୁ ସୀତାରମଣଙ୍କୁ ନବୀନ ଅନୁରୋଧ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବୟସ୍କଙ୍କ ଲାଗି କେନ୍ଦ୍ର ମାଗଣା ଟିକା ଯୋଗାଇ ଦେଉଛି । ରାଜ୍ୟ ସରକାର କିନ୍ତୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ କୋଭିଡ୍‌ ଟିକାକରଣ ମାଗଣାରେ କରିବେ ବୋଲି ଘାଷଣା କରିଛନ୍ତି । ୧୮ରୁ ୪୪ ବର୍ଷ ବୟସ୍କଙ୍କ ଲାଗି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଟିକା କିଣୁଛନ୍ତି । ଟିକା ଉପରେ ଜିଏସ୍‌ଟି ଲାଗିଥିବାରୁ ଟିକା ଦର ରାଜ୍ୟ ପାଇଁ ଅଧିକ ହେଉଛି । କେବଳ ଓଡ଼ିଶା ନୁହେଁ ବହୁ ରାଜ୍ୟର ଆର୍ଥିକ ସମସ୍ୟାକୁ ଧ୍ୟାନରେ ରଖି ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ନବୀନ କେନ୍ଦ୍ରକୁ ଏ ଦୁଇଟି ପ୍ରସ୍ତାବ ଦେଇଛନ୍ତି ।

   Related Posts