Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମଞ୍ଚ ଉପରେ ହିଁ ୨ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସସପେଣ୍ଡ କଲେ ମୁଖ୍ୟମନ୍ତ୍ରୀ, ଭିଡିଓ ଭାଇରାଲ…

14/09/2021 at 9:58 PM

ଭୋପାଳ ୧୪/୦୯ : ଆକ୍ସନ୍‌ ମୋଡ୍‌ରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ମଞ୍ଚ ଉପରେ ହିଁ ୨ ଜଣ ସରକାରୀ ବାବୁଙ୍କୁ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସସ୍‌ପେଣ୍ଡ କରିବାକୁ ନିର୍ଦେଶ ଦେଇଛନ୍ତି । ସଭାରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆକ୍ସନ ଦେଖି ତାଳି ମାରି ସ୍ବାଗତ କରିଥିଲେ । ସଂପୃକ୍ତ ୨ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଯାଞ୍ଚ ପରେ ଉଭୟଙ୍କୁ ଜେଲ ପଠାଯିବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମିଳିଥିବା ସୂଚନା ଅନୁସାରେ, ମଧ୍ୟ ପ୍ରଦେଶରର ଜେରୋନ୍‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ସେଠାକାର ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସଂପୃକ୍ତ ୨ ସରକାରୀ ଅଧିକାରୀଙ୍କୁ ମଞ୍ଚକୁ ଡାକିଥିଲେ । ଉଭୟଙ୍କ ବିରୁଦ୍ଧରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ନେଇ ଲମ୍ବା ତାଲିକା ଥିଲା ।

ଯେଉଁ ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ଦୃର୍ନୀତି ଏବଂ ଭ୍ରଷ୍ଟାଚାର ଅଭିଯୋଗ ଥିଲା ସେମାନଙ୍କୁ ମଞ୍ଚ ଉପରକୁ ଡାକି ସସ୍‌ପେଣ୍ଡ କରିବାକୁ ନିର୍ଦେଶ ଦେଇଛନ୍ତି । ସିଏମ୍‌ ଶିବରାଜ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ଘର ଦେବାପାଇଁ ପ୍ରଧାନମନ୍ତ୍ରୀ ଅର୍ଥ ପଠାନ୍ତି ଏବଂ ରାଜ୍ୟ ସରକାର ବି ଟଙ୍କା ଦିଅନ୍ତି । କିନ୍ତୁ ମୁଁ ଜାଣିବାକୁ ପାଇଲି ଯେ, ଜେରୋନରେ ଆବାସ ଯୋଜନା ଟଙ୍କା ବ୍ୟାପକ ଭାବେ ହେରଫେର ହେଉଛି । ଭ୍ରଷ୍ଟାଚାରରେ ସରକାରୀ ବାବୁମାନେ ଲିପ୍ତ ରହୁଛନ୍ତି ।’

ଏତିକି ବେଳେ ମଞ୍ଚ ତଳେ ଉପସ୍ଥିତ ଲୋକମାନଙ୍କୁ ଶିବରାଜ ସିଂହ ଚୌହାନ ପଚାରିଥିଲେ, ଆପଣମାନଙ୍କ ମଧ୍ୟରୁ କିଏ ଅଛନ୍ତି ଯାହାର ଆବାସ ସ୍ବୀକୃତ ହୋଇଛି କିନ୍ତୁ ଟଙ୍କା ହେରଫେର୍‌ ହୋଇଛି ? ସେଠାରେ ଉପସ୍ଥିତ ଥିବା ଜନତାଙ୍କ ମଧ୍ୟରୁ ଅନେକ ଛିଡା ହୋଇ ଏହା ସପକ୍ଷରେ କହିଥିଲେ । ଏହା ପରେ ସଭାରେ ଥିବା ୨ ସରକାରୀ ବାବୁ ଉମାଶଙ୍କର ଏବଂ ଅଭିଷେକ ରାଜପୁତଙ୍କୁ ଡକାଇଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ପରେ ଭାରିସଭା ମଞ୍ଚରେ ସେମାନଙ୍କୁ ସସ୍‌ପେଣ୍ଡ କରିବା ପାଇଁ ନିର୍ଦେଶ ଦେଇଥି​‌ଲେ ।

   Related Posts