ମୁଖ୍ୟମନ୍ତ୍ରୀ ଡାକିଲେ କୋଭିଡ଼ ବୈଠକ, ମୁଖ୍ୟ ସଚିବ ଓ ବରିଷ୍ଠ ପଦାଧିକାରୀଙ୍କ ସହ ଜିଲ୍ଲାପାଳ ହେବେ ସାମିଲ
6/04/2021 at 2:11 PM

ଭୁବନେଶ୍ୱର ୦୬।୦୪: ରାଜ୍ୟରେ କରୋନା ସଂକ୍ରମଣର ଗ୍ରାଫ ଏବେ ଧୀରେ ଧୀରେ ବଢିବାରେ ଲାଗିଛି । ଯାହାକୁ ନେଇ ଆକ୍ସନ ମୋଡ଼କୁ ଆସିଛନ୍ତି ସରକାର । ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟରେ କୋଭିଡ଼ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।
ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକିଛନ୍ତି କୋଭିଡ଼ ସମୀକ୍ଷା ବୈଠକ । ଭିଡିଓ କନଫରେନ୍ସି ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ରହିବେ । ସେହିପରି ବୈଠକରେ ମୁଖ୍ୟ ଶାସନ ସଚିବ,ଉନ୍ନୟନ କମିଶନର ପ୍ରମୁଖ୍ ସାମିଲ ରହିବେ ।
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021