କାଳିଆ ହିଁ ରାଜ୍ୟ ସରକାରଙ୍କ ମୂଳ ଭରସା: କୃଷି ମହୋତ୍ସବରେ ମୁଖ୍ୟମନ୍ତ୍ରୀ କହିଲେ ‘ଯୋଜନାରୁ ମିଳୁଥିବା ଟଙ୍କା ଚାଷୀ ଚାଷ କାମରେ ଲାଗାଇଲେ ମୁଁ ଖୁସୀ ହେବି’

Published By : Prameya-News7 Bureau | January 15, 2019 IST


ଭୁବନେଶ୍ବର ୧୫|୧: ବଲାଙ୍ଗିରରେ ମୋଦି ରାଜ୍ୟ ସରକାରଙ୍କ ହାଲୁକା ଆକ୍ଷେପ କରିଥିବା ବେଳେ ଭୁବନେଶ୍ବରରେ ନବୀନ ତାଙ୍କ ଷ୍ଟାଇଲରେ କେନ୍ଦ୍ରକୁ ଟାର୍ଗେଟ କରିଥିଲେ।  କାଳିଆ ଯୋଜନା ସାରା ଦେଶରେ ଆଦର୍ଶ ଯୋଜନା । ଏଥିରେ ସବୁ ଚାଷୀ ଲାଭ ପାଇବେ । ରାଜ୍ୟସ୍ତରୀୟ କୃଷି ମହୋତ୍ସବ - କୃଷି ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ନବୀନ । ତେବେ ବିଶେଷଜ୍ଞଙ୍କ ମତ ଏହି ଯୋଜନାରେ କୃଷି ଶ୍ରମିକ ଚିହ୍ନଟ ଏକ ବଡ ଚ୍ୟାଲେଞ୍ଜ ହେବ ।

{"id":74306}

କାଳିଆ ହିଁ ରାଜ୍ୟ ସରକାରଙ୍କ ମୂଳ ଭରସା  । ଏବେ ରାଜ୍ୟ ସରକାରଙ୍କ ମୁହଁରେ କେବଳ କାଳିଆ ଆଉ କାଳିଆ। କାଳିଆ ଯୋଜନାରେ ଛୋଟ ଚାଷୀ, ଭାଗଚାଷୀ , କୃଷି ଶ୍ରମିକ ଲାଭ ପାଇବେ। ସେଥିପାଇଁ ଏହି ଯୋଜନା ସାରା ଦେଶରେ ଏକ ଆଦର୍ଶ ଯୋଜନା ବୋଲି କହିଛନ୍ତି ନବୀନ । ରାଜ୍ୟସ୍ତରୀୟ କୃଷି ମହେତ୍ସବ କୃଷି ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇ ନବୀନ କହିଛନ୍ତି ଏହି ଯୋଜନାର ଅର୍ଥ ଯଦି ଚାଷୀମାନେ ଚାଷକାମରେ ଲଗାଇବେ ତାହାଲେ ସେ ଖୁସିହେବେ।

{"id":74307}

କାଳିଆ ଯୋଜନାକୁ କୃଷି ବୈଜ୍ଞାନିକମାନେ ବି ପସନ୍ଦ କରିଛନ୍ତି । କହିଛନ୍ତି ତେଲେଙ୍ଗାନାର ରୟତ ବନ୍ଧୁ ଓ ଓଡିଶାର କାଳିଆ ଯୋଜନା ମଡେଲରେ କେନ୍ଦ୍ର ସରକାର ଚାଷୀଙ୍କୁ ସହଯୋଗ କରିବାକୁ ଚିନ୍ତା କରୁଛନ୍ତି । କିନ୍ତୁ ଏକ୍ଷେତ୍ରରେ କୃଷି ଶ୍ରମିକ ଚୟନ ଏକ ବଡ ଚ୍ୟାଲେଞ୍ଜ ହେବ ବୋଲି ବିଶେଷଜ୍ଞଙ୍କ ମତ ।

{"id":74308}

ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ଓଡିଶାରେ ଯେଉଁ ରାଜନୀତି ଚାଲିଛି ତାକୁ ସମର୍ଥନ କରୁନାହାଁନ୍ତି ବିଶେଷଜ୍ଞ । ସେପଟେ କୃଷିଋଣ ଛାଡ଼ ଅପେକ୍ଷା କାଳିଆ ଯୋଜନା ଅଧିକ ଚାଷୀଙ୍କୁ ଲାଭ ଦେବ ବୋଲି ବିଶେଷଜ୍ଞ କହୁଛନ୍ତି । ସେପଟେ କଂଗ୍ରେସ କିନ୍ତୁ କୃଷି ଋଣ ଛାଡ଼ ଉପରେ ହିଁ ଗୁରୁତ୍ବ ଦେଇଛି।

{"id":74309}

ଭୁବନେଶ୍ବରରେ ଆୟୋଜିତ କୃଷି ମହୋତ୍ସବ ୫ ଦିନ ଚାଲିବ। ସାରା ରାଜ୍ୟରୁ ଚାଷୀ, କୃଷି ବୈଜ୍ଞାନିକ, ଉଦ୍ୟୋଗି ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.