ଆଜି ମୁଖ୍ୟମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ : ସହ ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିବେ, ନୂଆ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ପ୍ରାଥମିକ ସହାୟତା ଦେବେ ନବୀନ

Published By : Prameya-News7 Bureau | February 03, 2019 IST

ରାଇରଙ୍ଗପୁର ୩/୨ : ଆଜି ରାଇରଙ୍ଗପୁର ଓ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ୧୧ଟା ରେ ରାଇରଙ୍ଗପୁର ଅନ୍ତର୍ଗତ ମହୁଲଡିହା ସ୍ଥିତ ହେଲିପ୍ୟାଡ଼ରେ ଅବତାରଣା କରିବେ ନବୀନ | ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି | ଏହାପରେ ମହୁଲଡିହା ଖେଳ ପଡିଆରେ ମିଶନ ଶକ୍ତି ମହା ସମାବେଶରେ ଉଦ୍ବୋଧନ ଦେବେ ମୁଖ୍ୟମନ୍ତ୍ରୀ | କାର୍ଯ୍ୟକ୍ରମ ପାଇଁ ମହୁଲଡିହା ଖେଳ ପଡିଆ ପଛପଟେ ନିର୍ମାଣ ହୋଇଛି ବିଶାଳ ପେଣ୍ଡାଲ | ୫୦ ହଜାର ଲୋକଙ୍କ ବସିବା ବ୍ୟବସ୍ଥା କରାଯାଇଛି | ୬୦ ହଜାର ଏସଏସଜି ସଦସ୍ୟାଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ନୂତନ ଭାବେ ଗଠନ ହୋଇଥିବା ଏସଏଚଜିଙ୍କୁ ୧୫ହଜାର ଟଙ୍କା ଲେଖାଏଁ ପ୍ରାଥମିକ ସହାୟତା ପ୍ରଦାନ କରିବେ ।

{"id":81205}

ଏହା ସହ ୨୧ଟି ନୂଆ ପ୍ରକଳ୍ପର ଉଦ୍ଘାଟନ ସହ ୧୫ଟି ପ୍ରକଳ୍ପ ର ଶିଳାନ୍ୟାସ କରିବେ ମୁଖମନ୍ତ୍ରୀ | ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | ଘଟଗାଁ ବ୍ଲକ୍ ପଣ୍ଡାପଡ଼ାଠାରେ ଚାଷୀ, ମହିଳା ଓ ଯୁବ ସମାବେଶରେ ଯୋଗଦେବେ । ମୁଖ୍ୟମନ୍ତ୍ରୀ ଅପରାହଣ ୧୨ଟା ୨୦ରେ ଘଟଗାଁରେ ପହଞ୍ଚିବେ । ଏହି ସମାବେଶରେ କେନ୍ଦୁଝର, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କ ସମାଗମ ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

{"id":81206}

ନୂତନ ଭାବେ ଗଠନ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ପ୍ରାଥମିକ ସହାୟତା ଦେବା ସହିତ ପୁରୁଣା ଗ୍ରୁପକୁ ମୋବାଇଲ ପାଇଁ ୩ ହଜାର ଟଙ୍କା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି | ଏହାସହ ୪୫ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ୨୧ ଟି ପ୍ରକଳ୍ପ ଉଦଘାଟନ ଏବଂ ୯୬୦.୩୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ |

{"id":81207}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.